କୁସ୍ତି ଯୋଦ୍ଧାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ, ମାମଲା ଖାରଜ୍ ପାଇଁ କୋର୍ଟଙ୍କୁ ଦିଲ୍ଲୀ ପୁଲିସର ଅନୁରୋଧ

Published By : Prameya-News7 Bureau | June 09, 2023 IST

ନୂଆଦିଲ୍ଲୀ: ଆନ୍ଦୋଳନରତ କୁସ୍ତି ଯୋଦ୍ଧାଙ୍କ ବିରୋଧରେ ମାମଲା ରୁଜୁ କରିବା ନେଇ ନେଇ କୋର୍ଟରେ ହୋଇଥିବା ଏକ ଆବେଦନରେ କୋର୍ଟରେ ଆକ୍ସନ ଟେକେନ ରିପୋର୍ଟ ଦେଲା ଦିଲ୍ଲୀ ପୁଲିସ୍। ଆବେଦନରେ ଲଗାଯାଇଥିବା ଅଭିଯୋଗ ଭିତ୍ତିହୀନ। ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନେ କୌଣସି ହିଂସା ଉସ୍‌କାଇଲା ଭଳି ଭାଷଣ ଦେଇ ନାହାନ୍ତି ବୁଲି ଦିଲ୍ଲୀ ପୁଲିସ କହିଛି।

ଅଭିଯୋଗ କର୍ତ୍ତା ପ୍ରମାଣ ସ୍ୱରୂପ ଦେଇଥିବା ଭିଡିଓକୁ ଦିଲ୍ଲୀ ପୁଲିସ ଯାଞ୍ଚ କରିବା କରିଥିଲା। ଏଥିରେ କୁସ୍ତିଯୋଦ୍ଧାମାନେ କୌଣସି ଆପତ୍ତି ଜନକ ଟିପ୍ପଣୀ ଦେଇ ନାହାନ୍ତି ବୋଲି ଦିଲ୍ଲୀ ପୁଲିସ କୋର୍ଟରେ ତଥ୍ୟ ରଖିଛି। ଏଥିସହିତ ବିରୋଧରେ ହୋଇଥିବା ମାମଲାକୁ ଖାରଜ କରାଯାଉ ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ କୋର୍ଟଙ୍କୁ ଅନୁରୋଧ କରାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୭ ତାରିଖରେ ହେବ।

{"width":839,"height":472}
PM मोदी के खिलाफ हेट स्पीच में शामिल नहीं थे पहलवान, दिल्ली पुलिस ने दी क्लीन चिट

ପଢ଼ନ୍ତୁ -ବ୍ରିଜଭୂଷଣଙ୍କ ବିରୋଧରେ ଅନ୍ତର୍ଜାତୀୟ ରେଫ୍ରୀଙ୍କ ବିସ୍ଫୋରକ ବୟାନ; ‘ମୁଁ ଦେଖିଛି, ନାବାଳିକା କୁସ୍ତିଯୋଦ୍ଧାଙ୍କ ଶରୀରକୁ ସେ ଛୁଇଁଥିଲେ, ମୁହଁପୋତି ପଳାଇଥିଲେ ଖେଳାଳି’

ଏହି ମାମଲାରେ ମେ ୨୫ ତାରିଖରେ କୋର୍ଟ ଦିଲ୍ଲୀ ପୁଲିସକୁ ସମ୍ପୃକ୍ତ ଅଭିଯୋଗରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ନେଇ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବମ ବମ ମହାରାଜ ନୌହାତ୍ୟାଙ୍କ ପକ୍ଷରୁ ଏହି ଆବେଦନ କରାଯାଇଥିଲା। ସେ ଅଟଳ ଜନ ପାର୍ଟିର ଜାତୀୟ ମୁଖ୍ୟ ବୋଲି ନିଜକୁ ଦାବି କରିଛନ୍ତି। ନୌହାତ୍ୟା ତାଙ୍କ ଆବେଦନରେ ବିନେଶ  ଫୋଗାଟ, ବଜରଙ୍ଗ ପୁନିଆଁ ଓ ଶାକ୍ଷୀ ମଲ୍ଲିକଙ୍କ ନାଁ ରହିଥିଲା।

Wrestlers And Police Clash At Jantar Mantar In Delhi; Vinesh Phogat Breaks  Down | WATCH

ଅନ୍ୟପଟେ ବିଜେପି ସାଂସଦ ତଥା କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସରଣ ସିଂହଙ୍କ ବିରୋଧରେ ମୁହାଁ ଖୋଲିଛନ୍ତି ଅନ୍ତରାଷ୍ଟ୍ରୀୟ ରେଫ୍‌ରୀ ଜଗବୀର ସିଂହ। ବ୍ରିଜଭୂଷଣ ଜଣେ ନାବାଳିକା କୁସ୍ତିଯୋଦ୍ଧାଙ୍କୁ ଆପତ୍ତିଜନକ ଭାବେ ଛୁଇଁଥିଲେ ବୋଲି ସେ ସ୍ୱୀକାର କରିଛନ୍ତି। ମହିଳା କୁସ୍ତିଯୋଦ୍ଧା ଏହାକୁ ବିରୋଧ କରିବା ସହିତ ନିଜକୁ ତାଙ୍କ ଠାରୁ ଦୂରେଇ ନେବାକୁ ଚେଷ୍ଟା କରିଥିଲେ।

ଯୌନ ଶୋଷଣ ମାମଲାରେ ପୁଲିସ ଜେରା କରିଥିବା ୧୨୫ ସାକ୍ଷୀଙ୍କ ମଧ୍ୟରୁ ଅନ୍ତର୍ଜାତୀୟ ରେଫ୍‌ରୀ ଜଗବୀର ସିଂହ ଅନ୍ୟଜଣେ ବୋଲି କୁହାଯାଉଛି। ଏହାରି ଭିତରେ କ୍ରାଇମ୍‌ ସିନ୍‌ ରିକ୍ରିଏସନ କରିବା ପାଇଁ ଦିଲ୍ଲୀ ପୁଲିସ ବ୍ରିଜ ଭୂଷଣଙ୍କ ଅଫିସ୍‌ରେ ପହଞ୍ଚିିଛି। ସେଠାରେ ଅପରାଧର ସିନ୍ ରିକ୍ରିଏସନ ହେବ ବୋଲି ସୂଚନା ମିଳିଛି।

Wrestlers' Protest: SC Issues Notice To Delhi Police Over Wrestlers' Plea  Seeking FIR Against WFI Chief

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.