ନୂଆଦିଲ୍ଲୀ: ବଜାରରେ ଆପଣ ଭଳି ଭଳି ଆମ୍ବ ଦେଖିଥିବେ। ନାଁ ଅନୁସାରେ ଆମ୍ବଗୁଡ଼ିକର ସ୍ୱାଦ ବି ଭିନ୍ନ ଥାଏ। କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଏକ ପ୍ରଜାତିର ଆମ୍ଭ ବିଷୟରେ କହିବୁ, ଯାହା ସମସ୍ତଙ୍କ ଠାରୁ ଅଲଗା। ଗୋଟିଏ ଆମ୍ବକୁ ପରିବାର ୪-୫ ଲୋକ ଖାଇଲେ ବି ସରିବନି। କଥାଟି ଜାଣି ଆଶ୍ଚର୍ଯ୍ୟ ହେଲେ ନା ?
{"width":841,"height":472}ଏହି ଆମ୍ଭର ନାଁ ହେଉଛି ‘ନୂର ଜାହାଁନ’। ଏହାର ଓଜନ ପାଖାପାଖି ୫ କେଜି ହେବ। ଏବେ ଭାବନ୍ତୁ ଏହି ଆମ୍ବ କେତେବଡ଼ ହୋଇଥିବା ଓ ଗୋଟିଏ ଟୁକୁଡ଼ା ଆମ୍ବରେ ଆପଣ କେତେ ମ୍ୟାଙ୍ଗୋ ସେକ୍ ବନାଇପାରିବେ। ତେବେ ଏହାର ଦାମ କେତେ କହିଲେ ..?
ପଢ଼ନ୍ତୁ -ଅନେକ ରୋଗକୁ ମାତ୍ ଦେବ ଧଳା ଆମ୍ବ, ଜାଣନ୍ତୁ କଣ ମିଳିବ ଫାଇଦା…
ନୂର ଜାହାଁନା ଆମ୍ବ ନିଜ ସାଇଜ୍ ପାଇଁ ପରିଚିତି। ୩-୫ କେଜି ଓଜନରେ ହୋଇଥିବା ଏହି ଆମ୍ବର ଚାହିଦା ବି ରହିଛି। ଏଥର ମଧ୍ୟ ପ୍ରଦେଶରେ ଆମ୍ବ ପର୍ବର ଆୟୋଜିତ ହୋଇଛି। ଏହି ମେଳାରେ ନୂର ଜାହାଁନ ଆମ୍ଭ ପ୍ରଦର୍ଶିତ କରାଯାଇଛି। ଏହି ଆମ୍ବର ଉତ୍ପତି ଇତିହାସ ଯଦିଓ ପ୍ରମାଣସିଦ୍ଧ ନୁହେଁ, ତେବେ ଏହା ଆଫଗାନିସ୍ତାନରୁ ଆସିଥିବା କୁହାଯାଇଥାଏ। ମଧ୍ୟ ପ୍ରଦେଶର କଠିୱାଡ଼ା ଅଞ୍ଚଳରେ ନୂର ଜାହାଁନ ଆମ୍ଭ ଚାଷ କରାଯାଇଥାଏ।
ମଧ୍ୟ ପ୍ରଦେଶର ଅଲିରାଜପୁରରେ ଏହି ଆମ୍ବ ଅଧିକ ବିକ୍ରି ହେଉଥିବାର ଦେଖାଯାଏ। ତେବେ ଆମ୍ବର ଚାହିଦା ଏତେ ଯେ ଲୋକେ ସିଜନ ଆସିବା ପୂର୍ବରୁ ଏଥିପାଇଁ ଅର୍ଡର ଦେଇଥାନ୍ତି। ଯଦି ଆପଣ ଏହି ସିଜନରେ ନୂର ଜାହାଁନ ଆମ୍ବ ପାଇଁ ବୁକିଂ କରିବେ ତେବେ ଆସନ୍ତା ବର୍ଷ ସିଜନରେ ଆପଣଙ୍କୁ ଆମ୍ଭ ମିଳିଯିବ। ଜୁନର ଶେଷ ସପ୍ତାହ ବେଳକୁ ଏହି ଆମ୍ବ ମାର୍କେଟ୍କୁ ଆସିବା ଆରମ୍ଭ ହୋଇଥାଏ।
ନୂର ଜାହାଁନ ଆମ୍ବର ଓଜନ ତ ଜାଣିଲେ। ଏବେ ମୂଲ୍ୟ ବି ଜାଣନ୍ତୁ। ସାଧାରଣତଃ ଆମ୍ବ କିଣିଲେ ବର୍ତ୍ତମାନ ୮୦-୧୦୦ ଟଙ୍କା ଦେବାକୁ ପଡ଼ୁଛି। ବେଲେ ନୂର ଜାହାଁନ ଆମ୍ଭ ପାଇଁ ୨ ହଜାର ଟଙ୍କା ଦେବାକୁ ହେବ। ନୂର ଜାହାଁନ ଆମ୍ଭ ଅନ୍ୟ ଆମ୍ବ ଅପେକ୍ଷା ମହଙ୍ଗା ହୋଇଥିବା ବେଳେ ଅଣମୌସୁମୀରେ ବର୍ଷା ଏହି ଆମ୍ଭର ମୂଲ୍ୟକୁ ଆହୁରି ବଢ଼ାଇ ଦେଉଛି।