ପୂର୍ବରୁ ମାଟି ଖୋଳିଥିଲେ, ଏବେ ଭାର ବୋହି ଚର୍ଚ୍ଚାକୁ ନୂଆପଡ଼ା ଜିଲ୍ଲାପାଳ

Published By : Prameya-News7 Bureau | March 15, 2025 IST

ନୂଆପଡ଼ା ୧୫।୩ସରକାରୀ କାମର ତଦାରଖ ପାଇଁ ଫିଲ୍ଡକୁ ଗଲେ । ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ମାଟି ବୋହିଲେ । ମନରେଗା ଯୋଜନାରେ ହେଉଥିବା ମାଟି କାମରେ ଭାରରେ ମାଟି ବୋହିଛନ୍ତି ଜିଲ୍ଲାପାଳ । କେବଳ ଜିଲ୍ଲାପାଳ ନୁହେଁ କୋମନା ବିଡ଼ିଓ ମଧ୍ୟ ଭାର ବୋହି ଶ୍ରମିକଙ୍କୁ ଉତ୍ସାହିତ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା କୋମନା ବ୍ଲକ ମୁଣ୍ଡାପଲା ପଞ୍ଚାୟତରେ ।

ସୂଚନାଯୋଗ୍ୟ ଯେ, ନୂଆପଡ଼ା ଜିଲ୍ଲାରେ ଦାଦନ ଶ୍ରମିକ ଚାଲାଣକୁ ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଥିବା ଖୋଦ୍ ଜିଲ୍ଲାପାଳ ମଧୁସୂଦନ ଦାସ ବିଭିନ୍ନ ସମୟରେ ଶ୍ରମିକଙ୍କୁ ଉତ୍ସାହିତ କରିବା ନେଇ ଚର୍ଚ୍ଚାକୁ ଆସିଥିଲେ । ପୂର୍ବରୁ ମାଟି ଖୋଳିଥିଲେ, ଏବେ ଭାର ବୋହି ଚର୍ଚ୍ଚାକୁ ଆସିଛନ୍ତି । ଖାଲିଆ ବନ୍ଧ ପୋଖରୀରେ ଶ୍ରମିକ ମାନେ ମାଟି ବୋହୁଥିବା ବେଳେ ସେଠାରେ ଜିଲ୍ଲାପାଳ ପହଂଚିଥିଲେ । ଶ୍ରମିକ ମାନେ କିଭଳି ପରିଶ୍ରମ କରୁଛନ୍ତି ତାକୁ ପରଖିବା ପାଇଁ ଭାରକୁ ବୋହି ଉଠାଇ ପୋଖରୀରୁ ଉପରକୁ ଟେକି ନେଇଥିଲେ ଜିଲ୍ଲାପାଳ ।

You Can Read:

ରଙ୍ଗ ଖେଳି ଫେରୁଥିବା ବେଳେ ଦୁର୍ଘଟଣା : ବାଇକ୍-ପିକଅପ୍ ମୁହାଁମୁହିଁ ଧକ୍କା, ଜଣେ ମୃତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.