ଦିଲ୍ଲୀ ୧୩/୧୦: ବିଶ୍ବର ଏବେ ଅଜବ ସ୍ଥିତି । ବିଭିନ୍ନ କୋଣରେ ଚାଲିଛି ଘମାଘୋଟ ଯୁଦ୍ଧ । ଯାହାର ପ୍ରଭାବ ସବୁ ଦେଶ ଉପରେ ପଡୁଛି । ୟା ଭିତରେ ଭାରତକୁ ଘାରିଲାଣି ଯୁଦ୍ଧ ଭୟ । ସ୍ଥିତି ଏମିତି ଯେ ରାଜଧାନୀ ଦିଲ୍ଲୀରେ ବିକ୍ରି ହଉଛି ନ୍ୟୁକ୍ଲିୟର ବଙ୍କର । ଆଉ ଲୋକେ ବି କୋଟି କୋଟି ଟଙ୍କା ଦେଇ ବଙ୍କର ବୁକ୍ କରୁଛନ୍ତି । ରାୟାୟନିକ, ଜୈବିକ ଓ ପରମାଣୁ ଆକ୍ରମଣ ହେଲେ ବି ରଖିବ ସୁରକ୍ଷିତ । ୩ ବର୍ଷ ଯାଏ ମାଟି ତଳେ ସୁରକ୍ଷିତ ରହିପାରିବେ ।
ଦିଲ୍ଲୀ NCRରେ ଅନେକ କଂପାନୀ ବିକ୍ରି କରୁଛନ୍ତି ଅଣ୍ଡରଗ୍ରାଉଣ୍ଡ ନ୍ୟୁକ୍ଲିୟର ବଙ୍କର । ଯାହାକୁ କୁହାଯାଉଛି CBRN ଏହାର ଅର୍ଥ କେମିକାଲ,ବାୟୋଲଜିକାଲ,ରେଡିଓଲୋଜିକାଲ ଆଣ୍ଡ ନ୍ୟୁକ୍ଲିୟର ବଙ୍କର । ଦିଲ୍ଲୀରେ ରିଅଲ ଇଷ୍ଟେଟରେ ଏଭଳି ପ୍ରକଳ୍ପ ଆସିଲାଣି । ଯେଉଁଠି ଘରେ ତଳେ ମାଟି ଭିତରେ ସୁରକ୍ଷିତ ବଙ୍କର ତିଆରି ହୋଇପାରୁଛି । ଯାହାର ଦାମ୍ ୨କୋଟିରୁ ଆରମ୍ଭ ହୋଇ ୧୦ କୋଟି ଯାଏ ରହିଛି । ଅଧିକ ସୁବିଧା ଥିବା ବଙ୍କରର ଦାମ୍ ଅଧିକ ରହିବ । ଆଉ ଗ୍ୟାରେଣ୍ଟିଂ ଏତିକି, ଯୁଦ୍ଧ ଯୋଗୁ ଆପଣଙ୍କ ସହର ଧ୍ବସଂ ହୋଇଗଲେ କୌଣସି ଚିନ୍ତା ନାହିଁ । ୩ଶହ ଦିନରୁ ୩ ବର୍ଷ ଯାଏ ଆପଣଙ୍କୁ ନ୍ୟୁକ୍ଲିୟର ବଙ୍କର ସୁରକ୍ଷିତ ରଖିପାରିବ ।
ଲୋକଙ୍କୁ ସୁରକ୍ଷିତ ରଖୁଥିବାର ପ୍ରତିଶୃତି ଦେଉଥିବା ନ୍ୟୁକ୍ଲିୟର ବଙ୍କର ୨ ପ୍ରକାରର ମିଳୁଛି । ଗୋଟିଏ ପୂର୍ବ ପ୍ରସ୍ତୁତ ନ୍ୟୁକ୍ଲିୟର ବଙ୍କର । ତାକୁ କେବଳ ମାଟି ତଳେ ଫିଟ୍ କରାଯାଇପାରିବ । ଅନ୍ୟଟି ଘର ତଳେ ତିଆରି କରାଯିବ । ପ୍ରିମିୟମ କ୍ବାଲିଟିର ସେଲ୍ଟରରେ ଆଲିସାନ ବଙ୍ଗଳା ରହିବ। ୩ହଜାର ସ୍କୋୟାର ଫିଟ୍ର ବଙ୍କରରେ ୧୫ ରୁ ଅଧିକ ଲୋକ ରହିପାରିବେ । ସେଥିରେ ଖାଦ୍ୟ ପାନୀୟ ୩ ବର୍ଷ ଯାଏ ସୁରକ୍ଷିତ ରହିପାରିବ । ବଙ୍କର ଭିତରେ ହାଇଡ୍ରୋପାନିକ କଠୋରୀ ରହିବ ଯେଉଁଠି ମାଟି ବଦଳରେ ପାଣିରେ ପନିପରିବା ଉତ୍ପାଦନ କରାଯାଇପାରିବ ।