CMଙ୍କୁ ଓଡ଼ିଶାର ସାମଗ୍ରିକ ବିକାଶ ସଂପର୍କରେ ତଥ୍ୟ ଦିଆଗଲା,ମୁଖ୍ୟ ଶାସନ ସଚିବଙ୍କ ସୂଚନା

Published By : Prameya-News7 Bureau | June 14, 2024 IST

ଭୁବନେଶ୍ବର ୧୪/୬: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଦାୟିତ୍ବ ନେବା ପରେ ପ୍ରଥମ ଥର ବରିଷ୍ଠ ଅଧିକାରୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି । ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପ୍ରତିକ୍ରିୟା ରଖି କହିଛନ୍ତି ଆଜି ପ୍ରଥମ ଫର୍ମାଲ ବୈଠକ ବସିଥିଲା । ରାଜ୍ୟର ବର୍ତ୍ତମାନ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ଏବେ ରାଜ୍ୟରେ ସରକାରଙ୍କ ପାଇଁ ଥିବା ମୁଖ୍ୟ ଚ୍ୟାଲେଞ୍ଜ ବିଷୟରେ ଅବଗତ କରାଯାଇଛି ।୩/୪ ମଧ୍ୟରେ ଆହୁରି ୨ରୁ ୩ଟି ବୈଠକ ହେବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ୨ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡା ଏବଂ ଉନ୍ନୟନ କମିଶନର ଅନୁ ଗର୍ଗ, ଅର୍ଥ ସଚିବ ବିଶାଳ ଦେବ ,ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ସଚିବ ସୁରେଶ କୁମାର ବଶିଷ୍ଟ ଉପସ୍ଥିତ ଥିଲେ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.