ଡାକ୍ତରଙ୍କ ସୁରକ୍ଷା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଗାଇଡ଼ ଲାଇନ, ମନ୍ତ୍ରୀ କହିଲେ- ଡ଼ାକ୍ତରଙ୍କ ସୁରକ୍ଷା ସରକାରଙ୍କ ଦାଇତ୍ୱ

Published By : Prameya-News7 Bureau | September 19, 2024 IST

ଭୁବନେଶ୍ବର ୧୯।୯: କୋଲକାତାରେ ପିଜି ଡାକ୍ତର ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଓଡିଶାରେ ଡାକ୍ତରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଗାଇଡ଼ ଲାଇନ ଆଣିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ସବୁ ମେଡିକାଲ କଲେଜର ଏଣ୍ଟ୍ରି ଓ ଏକ୍ସଜିଟ୍ ପଏଣ୍ଟକୁ କଡ଼ା କଡ଼ି ଭାବେ ଯାଞ୍ଚ କରାଯିବ । ମେଡିକାଲ ଷ୍ଟାଫ ଓ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ୍ କୋଡ଼ ଓ ଆଇଡେଣ୍ଟି କାର୍ଡ ବାଧ୍ୟତାମୂଳକ କରାଯିବ । ରୋଗୀଙ୍କ ପାଇଁ ଭିଜିଟର ପାସ୍ ସିଷ୍ଟମ କରାଯିବ, । ପ୍ରତି ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଦୁଇଟି ଏଣ୍ଟ୍ରି ପାସ୍ କରାଯିବ । ମେଡିକାଲ ସୁପରିଣ୍ଟେଡେଣ୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟରେ କେବଳ ରୋଗୀଙ୍କ ସମ୍ପର୍କୀୟ ରୋଗୀକୁ ଭେଟି ପାରିବେ । ଆଉଟ୍ ଡୋର୍ ବାହାରେ ୨୪ ଘଣ୍ଟା ପୁରୁଷ ଓ ମହିଳା ସିକ୍ୟୁରିଟି ଗାର୍ଡ ରହିବେ । ମେଡିକାଲ କଲେଜ ଚାରିଆଡେ ପଇଁତରା ମାରି ସନ୍ଦିଗ୍ଧ ଗାଡିକୁ ବାହାର କରିବେ । ମେଡିକାଲ କଲେଜର ହଷ୍ଟେଲ, ଷ୍ଟିୟାରୱାଲ ଓ ରାସ୍ତା ସହ ଚାରିଆଡେ ସିସିଟିଭି ଲଗାଯାଇ ମନିଟର କରାଯିବ । ନାଇଟ୍ ସିଫ୍ଟ କରୁଥିବା ମହିଳା ଡାକ୍ତର, କର୍ମଚାରୀ ଓ ମେଡିକାଲ ଛାତ୍ରୀଙ୍କୁ ଏସ୍କର୍ଟ କରି ସୁରକ୍ଷିତ ଭାବେ ଛଡା ଯିବ । ପ୍ରତି ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମହିଳା ପୋଲିସ ଅଧିକାରୀଙ୍କ ସହ ପୋଲିସ ଆଉଟ୍ ପୋଷ୍ଟ ନିଶ୍ଚିତ ରହିବ । ପ୍ରତିଦିନ ମେଡିକାଲର ସେଫ୍ଟି ଅଡିଟ୍ କରାଯିବା ସହ ନିକଟସ୍ଥ ଥାନା ଅଧିକାରୀଙ୍କ ସହ ମେଡ଼ିଆଲ କଲେଜ ସୁ-ସମ୍ପର୍କରେ ରହିବ । ଜରୁରୀକାଳୀନ ପରିସ୍ଥିତି ପାଇଁ ମେଡିକାଲରେ ପେନିକ ବଟମ, ଜରୁରୀ କାଳୀନ ଫୋନ ନମ୍ବର ଓ ମୋବାଇଲ ଆପ ର ବ୍ୟବସ୍ଥା କରାଯିବ । କୌଣସି ଅପ୍ରୀତିକର ପରିସ୍ଥିତି ଘଟିଲେ ଜରୁରୀ କାଳୀନ ଫୋନ୍ ନମ୍ବର ଜରିଆରେ କିପରି କଣ୍ଟ୍ରୋଲ ରୁମ୍‌ ସହ ଯୋଗାଯୋଗ କରିହେବ ସେ ବ୍ୟବସ୍ଥା କରାଯିବ । ଏନେଇ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଖବ୍‌ଶୀଘ୍ର ଗାଇଡ଼ ଲାଇନ ପାଳନ କରାଯିବ ।

ସେପଟେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଓଡିଶାରେ ଡାକ୍ତରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର  ଗାଇଡ୍ ଲାଇନ୍ ଆଣିଛି ସ୍ୱାସ୍ଥ୍ୟ ବିଭାଗ । ଏ ନେଇ ସୋସିଆଲ ମିଡିଆରେ ମଧ୍ୟ ଅବଗତ  କରାଯାଇଛି । ଡ଼ାକ୍ତରଙ୍କ ସୁରକ୍ଷା ସରକାରଙ୍କ ଦାଇତ୍ୱ । ଏନେଇ  ସୁରକ୍ଷା  ଓ ରୋଗୀଙ୍କ ସେବାକୁ ବିଚାର କରି ଗାଇଡ୍‌ ଲାଇନ୍‌ ଆଣିଥିବା ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

You Can Read:

କମୁଛି ସୁବର୍ଣ୍ଣରେଖା ନଦୀରେ ଜଳସ୍ତର, ଏବେବି ପାଣି ଘେରରେ ୩୫ରୁ ଅଧିକ ଗାଁ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.