ରାଜ୍ୟରେ ୧୦ବର୍ଷରେ ୮୫୭ ହାତୀଙ୍କ ମୃତ୍ୟୁ : ରୋଗଜନିତ କାରଣରୁ ୩୦୫ ହାତୀଙ୍କ ମୃତ୍ୟୁ

Published By : Prameya-News7 Bureau | December 10, 2024 IST

ଭୁବନେଶ୍ବର ୧୦।୧୨: ରାଜ୍ୟରେ ୧୦ ବର୍ଷରେ ୮୫୭ ହାତୀଙ୍କ ମୃତ୍ୟୁ ହେଲାଣି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

୧୦ ବର୍ଷରେ ମରିଥିବା ୮୫୭ ହାତୀଙ୍କ ମଧ୍ୟରୁ ୩୦୫ ହାତୀ ରୋଗର ଶିକାର ହୋଇ ମୃତ୍ୟୁ ହୋଇଛି । ୧୪୯ ହାତୀ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି । ପ୍ରାକୃତିକ କାରଣରୁ ୨୨୯ ହାତୀଙ୍କ ମୃତ୍ୟୁ ହୋଇଛି । ସେହିଭଳି ଶିକାର ଦ୍ୱାରା ୩୦ ହାତୀ, ରେଳ ଦୁର୍ଘଟଣାରେ ୨୯ ହାତୀ, ପ୍ରତିହିଂସା ପରାୟଣ ଦ୍ୱାରା ୧୬ ହାତୀଙ୍କ ମୃତ୍ୟୁ ହୋଇଛି । 

୨୦୨୪ ନଭେମ୍ବର ସୁଦ୍ଧା ରାଜ୍ୟରେ ହାତୀ ସଂଖ୍ୟା ରହିଛି ୨୧୦୩ । ୨୦୧୫ରେ ଥିଲେ ୧୯୫୪ ହାତୀ, ୨୦୧୭ରେ ସଂଖ୍ୟା ବଢି ୧୯୭୬ ପହଞ୍ଚିଥିଲା । ଆଉ ୨୦୨୪ରେ ସଂଖ୍ୟା ବଢି ୨୦୯୮ଟି ହାତୀ ରହିଥିଲେ ବୋଲି ହାତୀ ଗଣନା ରିପୋର୍ଟ ଆଧାରରେ ଜଣାପଡିଛି । 

You Can Read:

ଡବଲ ଇଞ୍ଜିନ ସରକାରରେ ଡବଲ ଷ୍ଟାଣ୍ଡାର୍ଡ ନୀତି, ମାସକୁ ୮୮୩ଟଙ୍କା ଦେଇ ମହିଳାଙ୍କୁ କିପରି କରିବେ ସଶକ୍ତ : ରଣେନ୍ଦ୍ର

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.