ରାଜୁକୁ ନେଇ ଝାଡ଼ଖଣ୍ଡ ଅଭିମୁଖେ ସ୍ପେଶାଲ ସ୍କ୍ୱାଡ୍, ଆଶାଦ୍ଦୁରକୁ ଗିରଫ କରିବାକୁ ଇଣ୍ଟରପୋଲର ସହାୟତା ନେଲା ପୋଲିସ

Published By : Prameya-News7 Bureau | August 20, 2024 IST

ଭୁବନେଶ୍ୱର ୨୦।୮: ଭୁବନେଶ୍ବର ପରେ କଟକରୁ ସିମ୍ ବକ୍ସ ମିଳିବା ପରେ ୫ ଦିନିଆ ପୋଲିସ ରିମାଣ୍ଡରେ ଅଭିଯୁକ୍ତ ରାଜୁ ମଣ୍ଡଳ । କଟକରୁ ସିମ୍ ବକ୍ସ ଠାବ ପରେ ରାଜୁକୁ ନେଇ ଝାଡ଼ଖଣ୍ଡ ଅଭିମୁଖେ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍ । ଝାଡ଼ଖଣ୍ଡ ରାଞ୍ଚିରେ ଆଉ ଏକ ଘରେ ସିମ୍ ବକ୍ସ ଲଗାଇଥିବା ରାଜୁ ପୋଲିସକୁ ସୂଚନା ଦେବା ପରେ ତନାଘନା ଆରମ୍ଭ ହୋଇଛି । ରାଜୁକୁ ସାଙ୍ଗରେ ଧରି ୨ଟି ଟିମ୍ ରାଞ୍ଚି ଯାଉଛି । ତୃତୀୟ ସିମ୍ ବକ୍ସ ମିଳିବା ପରେ ପୋଲିସକୁ ଆହୁରି ଅଧିକ ତଥ୍ୟ ମିଳିବ ବୋଲି କୁହାଯାଉଛି । 

ସେପଟେ ଆଶାଦ୍ଦୁର ଜମାନକୁ ଗିରଫ କରିବା ପାଇଁ ଇଣ୍ଟରପୋଲର ସହାୟତା ନେଲା କମିଶନରେଟ୍ ପୋଲିସ । ଆତଙ୍କୀ ଲିଙ୍କ୍‌ର ତଦନ୍ତ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା NIA ମଧ୍ୟ ଭୁବନେଶ୍ବରରେ ପହଞ୍ଚିବା ନେଇ ସୂଚନା ରହିଛି । 

ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ୱର ଓ କଟକରୁ ମୋଟ୍ ୧୨ଟି ସିମ୍ ବକ୍ସ ଜବତ କରିସାରିଲାଣି କମିଶନରେଟ୍ ପୋଲିସ ।

You Can Read:

ଧସେଇ ପଶିଲେ ୧୭ ଟିକିଆ ହାତୀ ପଲ, ନଷ୍ଟ କଲେ ଏକର ଏକର ଧାନ ଫସଲ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.