ବରଯାତ୍ରୀ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ମୃତ,୬ ଗୁରୁତର ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | March 21, 2025 IST

ଉମରକୋଟ ୨୧/୩: ବାହାଘରରେ ଯୋଗ ଦେଇ ଫେରୁଥିଲେ ବରଯାତ୍ରୀ । ଭ୍ୟାନରେ ଡ୍ରାଇଭର ସହ ଥିଲେ ୬ । ହସଖୁସିରେ ଚାଲିଥିଲା କଥାବାର୍ତ୍ତା । ହେଲେ ହଠାତ ଘଟିଲା ଅଘଟଣ । ଭାରସାମ୍ୟ ହରାଇ ରାସ୍ତାକ଼ଡକୁ ଓଲଟି ପଡିଲା ଭ୍ୟାନ  । ଘଟଣାସ୍ଥଳରେ ଆଖି ବୁଜି ଦେଇଛନ୍ତି ଡ୍ରାଇଭର । ୬ ଗୁରୁତର ମେଡିକାଲରେ ଭର୍ତ୍ତି । 


ଶୁକ୍ରବାର ଭୋର ସମୟରେ ଜାତୀୟ ରାଜପଥ ୨୬ କୋକସରା ଥାନା ଚିଲିଗୁଡା ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି ବରଯାତ୍ରୀ ଗାଡି । ଘଟଣାସ୍ଥଳରେ ଡ୍ରାଇଭର ଜୁନାଗଡ ଥାନା ବରଗାଁର ଭଜନ କରଙ୍କ ମୃତ୍ୟୁ ହୋଇଯାଇଛି । ୬ଜଣ ଗୁରୁତର ହେଉଛନ୍ତି ବରଗାଁ ର ସୁବାସ ଖମାରୀ, ବବଲୁ ହରିଜନ, ସୁମନ୍ତ କର, ଧର୍ମରାଜ କର, ଅରୂପ ଖମାରୀ ଏବଂ ତୋଫାନ ସୁନାନୀ ।  


ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବିଭାଗ କର୍ମଚାରୀ ଗୁରୁତର ମାନଙ୍କୁ କୋକସରା ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାଙ୍କୁ ସ୍ଥାନାନ୍ତର କରାଯାଇଛି l ଛତିଶଗଡ କେରେଣ୍ଡୁଳକୁ ବରଯାତ୍ରୀରେ ଯାଇ ଜୁନାଗଡ ସ୍ଥିତ ଗାଁକୁ ଫେରୁଥିଲେ ବରଯାତ୍ରୀ । ଘଟଣା ସ୍ଥଳରେ କୋକସରା ପୋଲିସ ତଦନ୍ତ ଜାରି ରହିଛି l

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.