ଲଗାଣ ବର୍ଷା ନେଲା ଜୀବନ, କାନ୍ଥ ତଳେ ଚାପି ହୋଇ ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | September 15, 2024 IST

ଉଦଳା ୧୫।୯: ଲଗାଣ ବର୍ଷା ନେଲା ଜଣଙ୍କ ଜୀବନ । ରାତିରେ ଘରେ ଶୋଇଥିବା ବେଳେ କାନ୍ଥ ପଡି ଜଣଙ୍କ ଜୀବନ ଯାଇଛି । ତଳେ ଚାପି ହୋଇ ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ମାର୍ସିଙ୍ଗା ଗ୍ରାମରେ । 

ସୂଚନାଯୋଗ୍ୟ ଯେ, ଗ୍ରାମର ଟୁନୁ ବିନ୍ଧାଣି ଶନିବାର ରାତିରେ ଖାଇ ସାରି ଘରେ ଶୋଇଥିଲେ । ହେଲେ ଲଗାଣ ବର୍ଷା କାରଣରୁ ରାତିରେ ଘରର ମାଟି କାନ୍ଥ ଭୁଶୁଡି ପଡିଥିଲା । ମାଟି କାନ୍ଥ ତଳେ ଚାପି ହୋଇ ରହିଗଲେ ଟୁନୁ ବିନ୍ଧାଣି । ପରେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଏବଂ ତାଙ୍କ ବଡ଼ଭାଇ ଘଟଣାସ୍ଥଳରେ ପହଞ୍ଚି କାନ୍ଥ ତଳୁ ଟୁନୁ ବିନ୍ଧାଣୀଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ କାନ୍ଥ ତଳେ ଚାପି ହୋଇ ଟୁନୁଙ୍କର ମୃତ୍ୟୁ ହୋଇଯାଇଥିଲା । ଖବର ଜଣାପଡିବା ପରେ ଉଦଳା ବିଧାୟକ ଭାସ୍କର ମଢେଇ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାର ସଦସ୍ୟଙ୍କୁ ୩ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ସହିତ ମୃତକଙ୍କ ପରିବାରକୁ ସରକାରୀ ସ୍ତରରେ ସହାୟତା ମିଳିବ ବୋଲି ଉଦଳା ବିଧାୟକ କହିଛନ୍ତି ।

You Can Read:

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ‘ସୁଭଦ୍ରା’ ଖାତାକୁ ପଠାଗଲା ୧ ଟଙ୍କା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.