କଟକ ୮।୧୨: କଟକ ବିଡାନାସୀରେ ଅଘଟଣ । କଟକ ମହାନଗର ନିଗମ ଦ୍ଵାରା ନିର୍ମାଣ ହେଉଥିବା ଏକ ନାଳ ନିକଟରେ ଥିବା ଏକ ପାଚେରୀ ଭୁଶୁଡ଼ି ପଡ଼ିଥିଲା । ଫଳରେ ସେଠାରେ କାର୍ଯ୍ୟରତ ୫ ଜଣ ଶ୍ରମିକଙ୍କ ମଧ୍ୟରୁ ଦୁଇ ଜଣ ପାଚେରୀ ତଳେ ଚାପି ହୋଇ ଯାଇଥିଲେ । ନିକଟରେ କାର୍ଯ୍ୟ କରୁଥିବା ଶ୍ରମିକ ଓ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ପଟାପୋଲ ଅଞ୍ଚଳର ଶଙ୍କର । ଆଉ ଆହତ ହୋଇଥିବା ବ୍ୟକ୍ତି ହେଉଛନ୍ତି ସେହି ପଟାପୋଲ ଅଞ୍ଚଳର ତାଜୀୟା । ଭୁଶୁଡ଼ି ଥିବା ପାଚେରୀଟି ବିପଦ ସଙ୍କୁଳ ଅବସ୍ଥାରେ ଥିବା କଥା ସ୍ଥାନୀୟ ବାସିନ୍ଦା ଠିକାଦାରଙ୍କୁ ଜଣାଇଥିଲେ ମଧ୍ୟ ସେ କୌଣସି ବିକଳ୍ପ ବ୍ୟବସ୍ଥା ନ କରିବାରୁ ଏଭଳି ଅଘଟଣ ଘଟି ଜଣେ ବ୍ୟକ୍ତିଙ୍କ ଜୀବନ ଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଘଟଣା ଘଟିବା ପରେ ପଟାପୋଲ ଅଞ୍ଚଳର ସମ୍ପର୍କୀୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଠିକାଦାର ଶ୍ରମିକ ମାନଙ୍କୁ କୌଣସି ସେଫ୍ଟି ମେଜର ପାଇଁ କୌଣସି ଜିନିଷ ଦେଇ ନଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଏଭଳିକି ଠିକାଦାର ଶିଶୁ ଶ୍ରମିକ ମାନଙ୍କୁ ମଧ୍ୟ କାମରେ ନିୟୋଜିତ କରିଥିବା ସମ୍ପର୍କୀୟ ମାନେ ଅଭିଯୋଗ କରିଛନ୍ତି । ସେପଟେ ମୃତକଙ୍କ ଚାରୋଟି ପିଲାଥିବାରୁ ତାଙ୍କୁ କ୍ଷତିପୂରଣ ଦେବା ଶହ ଠିକାଦାରଙ୍କ ବିରୋଧରେ ମୃତକଙ୍କ ପତ୍ନୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ କାର୍ଯ୍ୟ କରୁଥିବା ଠିକାଦାରଙ୍କ ବିରୁଦ୍ଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଏଭଳି ଘଟଣା ଘଟିଚାଲିଛି ।
You Can Read:
ଭଦ୍ରକରେ ୨୭ରେ ଖୋଲିବ ମଣ୍ଡି, ଚାଷୀଙ୍କୁ ମିଳିବ ୮ଶହ ଟଙ୍କାର ଇନପୁଟ ସହାୟତା