ନୂଆଦିଲ୍ଲୀ: ମଣିପୁରରେ ଗତ ମେ ୩ରୁ ଜାରି ଜାତିଆଣ ହିଂସା ଜାରି ରହିଛି। ଦେଶର ସଂପ୍ରତି ସବୁଠୁ ବଡ଼ ପ୍ରସଙ୍ଗରେ ଆଲୋଚନା ଦାବି ଖାରଜ ହେବା ପରେ ବିରୋଧୀ ଦଳ ଗୃହ ମାମଲାର ସଂସଦୀୟ ସ୍ଥାୟୀ କମିଟିର ବହିଷ୍କାର କରିଛି। ସୂଚନା ଅନୁଯାୟୀ, ଗୁରୁବାର ଡକାଯାଇଥିବା ବୈଠକକୁ ୩ ବିରୋଧୀ ଦଳର ସାଂସଦ ବହିଷ୍କାର କରିଛନ୍ତି। ତିନି ସାଂସଦ ହେଉଛନ୍ତି କଂଗ୍ରେସର ଦିଗବିଜୟ ସିଂ, ପ୍ରଦୀପ ଭଟ୍ଟାଚାର୍ଯ୍ୟ ଏବଂ ତୃଣମୂଳ କଂଗ୍ରେସର ଡେରେକ ଓ ବ୍ରାଏନ।
ବିରୋଧୀ ସାଂସଦମାନେ ସଂସଦୀୟ କମିଟିର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବୃଜପାଲଙ୍କଠାରେ ମଣିପୁର ହିଂସା ଉପରେ ଆଲୋଚନା କରିବାକୁ କହିଥିଲେ। କିନ୍ତୁ ବିରୋଧୀ ସାଂସଦଙ୍କ ଦାବି ସ୍ଵୀକାର କରାଯାଇ ପାରିବ ନାହିଁ ବୋଲି କହିଥିଲେ କମିଟିର ଅଧ୍ୟକ୍ଷ। କାରଣ ବୈଠକର ଏଜେଣ୍ଡା ପୂର୍ବ ନିର୍ଦ୍ଧାରିତ ଥିଲା ଏବଂ ଏଥିରେ ପରିବର୍ତ୍ତନ କରାଯାଇ ପାରି ନ ଥାନ୍ତା। ଏହା ପରେ ବିରୋଧୀ ଦଳର ସାଂସଦ ସଂସଦୀୟ କମିଟିର ବୈଠକକୁ ବହିଷ୍କାର କରିଥିଲେ।
wp:heading {"level":4}ଅଧିକ ପଢନ୍ତୁ- ମଣିପୁର ହିଂସା ରୋକିବା ପାଇଁ କ’ଣ କରିଛ ? ସରକାରଙ୍କୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ
/wp:headingସୂଚନା ଅନୁଯାୟୀ, ସଂସଦୀୟ କମିଟିର ଏହି ବୈଠକ ଜେଲ୍ଗୁଡ଼ିକର ସ୍ଥିତି, ଏହାର ଭିତ୍ତିଭୂମି ଏବଂ ସୁଧାର ଉପରେ ଆଲୋଚନା ପାଇଁ ଡକାଯାଇଥିଲା। ଏଥିରେ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଏବଂ ତେଲେଙ୍ଗାନାର ଜେଲ୍ ଅଧିକାରୀଙ୍କୁ ମଧ୍ୟ ସେମାନଙ୍କର ବିଚାର ପ୍ରସ୍ତୁତ କରିବା ପାଇଁ ଆମନ୍ତ୍ରିତ କରାଯାଇଥିଲା। ଅନ୍ୟ ରାଜ୍ୟର ଅଧିକାରୀଙ୍କ ସହିତ କମିଟିର ଏମିତି ଆଉ ୨ଟି ବୈଠକ ଜୁଲାଇ ୧୯ ଏବଂ ଜୁଲାଇ ୨୭ରେ ଆୟୋଜନ ହେବାର ଅଛି।
କୁହାଯାଉଛି ବୈଠକ ଆରମ୍ଭ ହେବା ପୂର୍ବରୁ ବିରୋଧୀ ସାଂସଦମାନେ କମିଟି ପ୍ରମୁଖ ବୃଜଲାଲଙ୍କୁ ବୈଠକ ସମୟରେ ମଣିପୁର ହିଂସା ଉପରେ ଆଲୋଚନା ପାଇଁ ଦାବି କରିଥିଲେ।ହେଲେ କମିଟି ସାଂସଦଙ୍କ ଦାବିକୁ ଅଗ୍ରାହ୍ୟ କରିଥିଲେ। ବିରୋଧୀ ସାଂସଦ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଯଦି ସେ ଦାବି ଉପରେ ବିରାର କରିବେ ନାହିଁ ତେବେ ଏହି ପ୍ରସଙ୍ଗରେ ଆଗାମୀ ବୈଠକରେ ଯୋଗ ଦେବେ ନାହିଁ।