ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଯୁଦ୍ଧ ଚାଲିଛି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ତେବେ ଯୁଦ୍ଧର ପ୍ରଭାବ କେବଳ ଦୁଇ ଦେଶ ଭିତରେ ସୀମିତ ରହିନାହିଁ। ଏହାକୁୁ ନେଇ ବିଶ୍ୱକପ୍ ଗ୍ରାଉଣ୍ଡରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଭାରତରେ ଖେଳାଯାଉଥିବା କ୍ରିକେଟ୍ ବିଶ୍ୱକପର ଫାଇନାଲ ମ୍ୟାଚରେ ଜଣେ ପାଲେଷ୍ଟାଇନ ସମର୍ଥକଙ୍କୁ ଗିରଫ କରିଛି ପୋଲିସ।
{"align":"center","id":871805,"sizeSlug":"full","linkDestination":"none"}ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଆଇସିସି ବିଶ୍ୱକପର ଫାଇନାଲ ମ୍ୟାଚରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଜଣେ ପାଲେଷ୍ଟାଇନ ସମର୍ଥକ ସୁରକ୍ଷା କର୍ଡନ ଭାଙ୍ଗି ପଡ଼ିଆରେ ପ୍ରବେଶ କରିଥିଲେ। ତେବେ ପୋଲିସ ତାଙ୍କୁ ଗିରଫ କରିଥିଲା। ଏପରିକି ଗ୍ରାଉଣ୍ଡରେ ଦୌଡି ଦୌଡି କୋହଲି କାନ୍ଧରେ ହାତ ପକାଉଥିବା ଦେଖିବାକୁ ମିଳିଛି।
ଏହାପୂର୍ବରୁ କୋଲକାତାର ଇଡେନ ଗାର୍ଡେନରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଲୋକମାନେ ପାଲେଷ୍ଟାଇନକୁ ସମର୍ଥନ କରୁଥିବା ହାତରେ ପତାକା ଧରିଥିବାର ନଜର ଆସିଥିଲେ।
wp:html/wp:htmlPolice arrested the Palestine supporter who breached the security to enter the ground. pic.twitter.com/glpqFy7X27
— Mufaddal Vohra (@mufaddal_vohra) November 19, 2023
ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ହୋଇଥିବା ମ୍ୟାଚ୍ରେ ପାଲେଷ୍ଟାଇନର ପତାକା ଦେଖାଇବା ସହ ଏହାର ସମର୍ଥନରେ ସ୍ଲୋଗାନ ଦେଇଥିବାରୁ ୪ ସମର୍ଥକଙ୍କୁ ଗିରଫ କରାଯାଇଥିଲା। ଏହି ପ୍ରସଙ୍ଗରେ କୋଲକାତା ପୋଲିସ କହିଛି ଯେ ଏହି ଲୋକଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। ଏହି ଲୋକମାନେ କାହିଁକି ଏପରି କଲେ, ସେମାନଙ୍କଠାରୁ ଜାଣିବାକୁ ଚାହୁଁଥିଲେ।