ବର୍ଷକୁ ୧୨ଥର ହେବ ପଥ ଉତ୍ସବ, ଲୋକଙ୍କ ଉତ୍ସାହ ଓ ଭିଡ଼କୁ ଦେଖି ଏଭଳି ନିଷ୍ପତ୍ତି

Published By : Prameya-News7 Bureau | January 12, 2025 IST

ଭୁବନେଶ୍ବର ୧୨।୧: ପ୍ରତି ମାସରେ ହେବ ପଥ ଉତ୍ସବ । ବର୍ଷା ମାସକୁ ଛାଡିଦେଲେ ବର୍ଷକୁ ୧୨ ଥର ପଥ ଉତ୍ସବ କରିବାକୁ ଲକ୍ଷ୍ୟ ରଖିଛି ନଗର ଉନ୍ନୟନ ବିଭାଗ । ପଥ ଉତ୍ସବରେ ଲୋକଙ୍କ ଉତ୍ସାହ ଓ ଭିଡ଼କୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି । ରବିବାର ଦ୍ୱିତୀୟ ପଥ ଉତ୍ସବରେ ହଜାର ହଜାର ଲୋକଙ୍କ ଭିଡ଼ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । 

ଜାଗମରା ନୂଆ ରୋଡ଼୍‌ରେ ଅନୁଷ୍ଠିତ ପଥ ଉତ୍ସବରେ ରାଜଧାନୀ ବାସିନ୍ଦା ଉତ୍ସାହ ସହ ସାମିଲ ହୋଇଛନ୍ତି । ଏଠାରେ ଲାଗିଥିବା ବିଭିନ୍ନ ଷ୍ଟେଜ ସମ୍ମୁଖରେ ଭିଡ଼ ଦେଖିବାକୁ ମିଳିଛି । ପିଲାଙ୍କ ପାଇଁ ସ୍ୱତନ୍ତ୍ର ଗେମ୍ ଜୋନ୍ ଓ ବିଭିନ୍ନ ଆକ୍ଟିଭିଟି ଯେପରିକି ଟ୍ୟାଲେଣ୍ଟ ହଣ୍ଟ, ପେଣ୍ଟିଂ, କ୍ରାଫ୍ଟ, ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ଜୋକର, ଷଣ୍ଢ ବାଘ ନୃତ୍ୟ ଓ ଶଙ୍ଖ ଫୁଙ୍କା ପାରମ୍ପରିକ ଢୋଲ ବାଦ୍ୟ ସମସ୍ତଙ୍କୁ ଆକର୍ଷିତ କରିଛି । ମୁଖ୍ୟ ଷ୍ଟେଜରେ କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ ଓ ଅସୀମା ପଣ୍ଡାଙ୍କ ଗୀତରେ ଝୁମିଥିଲେ ରାଜଧାନୀବାସୀ । ଶୀତୁଆ ସକାଳକୁ ଗୀତର ନାଚର ଗରମ ଲୋକଙ୍କୁ ବେଶ ଉତ୍ସାହିତ କରିଛି ।

You Can Read:

ମହାକୁମ୍ଭ ପାଇଁ ଓଡ଼ିଶାରୁ ସ୍ବତନ୍ତ୍ର ବସ୍ ସେବା, ଅଯୋଧ୍ୟା ଓ ପ୍ରୟାଗରାଜକୁ ଗଡ଼ିଲା ବସ୍

 

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.