ବ୍ରହ୍ମପୁର: ବେଟିଂ ନିଶାରେ ସରକାରୀ ବାବୁ। ଚଳୁ କରିଦେଲେ ସରକାରୀ ଅର୍ଥ। ହେଲେ ବେଶି ଦିନ ତିଷ୍ଠି ପାରିଲେନି। ଶେଷରେ ସାମ୍ନାକୁ ଆସିଲା ସତ। ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ପି.ଇ.ଓ। ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସାନଖେମୁଣ୍ଡି ବ୍ଲକ ରାଧାଦେଇପୁରରେ । ଗିରଫ ପି.ଇ.ଓ ହେଉଛନ୍ତି କ୍ଷେତ୍ର ମୋହନ ନାୟକ।
ଅଭିଯୋଗ ହୋଇଥିଲା ପି.ଇ.ଓ ସରପଞ୍ଚଙ୍କ ଦସ୍ତଖତକୁ ନକଲି କରି ଏସଏଫସି, ଓଏଫସି, ଓଏପି, ପିଏସିର ପ୍ରାୟ ୪୩ ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି। ଫଳରେ ୭ ମାସ ହେଲା ଲୋକେ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ବଡ଼ କଥା ହେଲା ପି.ଇ.ଓ ସରପଞ୍ଚଙ୍କ ନାଁରେ ଅଠା ବୋଳିବାକୁ ପ୍ରୟାସ କରିଥିଲେ। ହେଲେ ଅଭିଯୋଗ ପରେ ସତ ପଦାକୁ ଆସିଲା ବୋଲି କହିଛନ୍ତି ସରପଞ୍ଚ।
ସୂଚନା ଅନୁଯାୟୀ, ରାଧାଦେଇପୁର ପି.ଇ.ଓ କ୍ଷେତ୍ର ମୋହନ ୨୦୨୪ ଜୁଲାଇ ମାସରେ ଚାକିରି ଆରମ୍ଭ କରିଥିଲେ। ଆଉ ଏତେ କମ୍ ସମୟ ମଧ୍ୟରେ ଏଭଳି ଅର୍ଥ ହେରେଫେର କରିବାକୁ ନେଇ ଏବେ ଚର୍ଚ୍ଚା ହେଉଛି।
ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଏସପି ପ୍ରଦୀପ କୁମାର ପ୍ରଧାନ କହିଛନ୍ତି। ଲୋକଙ୍କ ଟଙ୍କା ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଥିଲା। ସରପଞ୍ଚଙ୍କ ଦସ୍ତଖସ୍ତକୁ ନକଲି ୪୩ ଲକ୍ଷ ଟଙ୍କା ହେରେଫେର କରି ଜୁଆ, ବେଟିଂରେ ଲଗାଇଥିଲେ।