ତେଲ ବଦଳରେ ମିଳୁଛି ପାଣି, ହରିଡାଖଣ୍ଡି ଆଶିଫ ପେଟ୍ରୋଲ ପମ୍ପ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଗ୍ରାହକ

Published By : Prameya-News7 Bureau | July 22, 2024 IST

ବ୍ରହ୍ମପୁର ୨୨/୭: ତେଲ ବଦଳରେ ପେଟ୍ରୋଲ ପମ୍ପରୁ ମିଳୁଛି ପାଣି । ଡିଜେଲ ପାଇଁ ଯାଇଥିବା ଗ୍ରାହକଙ୍କୁ ପାଣି ମିଳିଛି । ଏଭଳି ସାଂଘାତିକ ଅଭିଯୋଗ ଆସିଛି ବ୍ରହ୍ମପୁରରୁ । ହରିଡାଖଣ୍ଡି ଛକ ନିକଟ ଆଶିଫ ପେଟ୍ରୋଲ ପମ୍ପରେ ଏଭଳି ହେଉଥିବା ରବି ପଶୁପାଳକ ଅଭିଯୋଗ ଆଣିଛନ୍ତି । ଡିଜେଲ ବଦଳରେ ଗାଡିରେ ପାଣି ଦେବାରୁ ଗାଡି ସିଜ୍‌ ହୋଇ ଯାଇଥିବା ସେ କହିଛନ୍ତି । ଅଭିଯୋଗ ପରେ ଯୋଗାଣ ବିଭାଗ ଟିମ୍ ସମ୍ପୃକ୍ତ ପେଟ୍ରୋଲ ପମ୍ପ ଉପରେ ଚଢ଼ାଉ କରି ଯାଞ୍ଚ କରିଛି। କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗଛିତ ଟ୍ୟାଙ୍କରେ ପାଣି ପଶି ଯାଇଛି। ଆଉ ସେଥିପାଇଁ ସମସ୍ୟା ଦେଖାଦେଇଛି । ବାସ୍ତବରେ ଏହା ଭୁଲ କହି ସଫେଇ ଦେଇଛନ୍ତି ପେଟ୍ରୋଲ ପମ୍ପ ମାଲିକ । ଗ୍ରାହକଙ୍କ ଯାହା କ୍ଷତି ହୋଇଛି କ୍ଷତିପୂରଣ ଦିଆଯିବ ବୋଲି ସେ କହିଛନ୍ତି । ସେପଟେ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଛି ଯୋଗାଣ ବିଭାଗ ।


  

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.