ବଦଳିଲେ ୨୨ ଜିଲ୍ଲାର ଏସ୍‌ପି, ପିନାକ ମିଶ୍ର ହେଲେ ଭୁବନେଶ୍ୱର ଡିସିପି

Published By : Prameya-News7 Bureau | September 29, 2024 IST

News7

ଭୁବନେଶ୍ୱର: ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ୨୨ ଜିଲ୍ଲାର ଏସପିଙ୍କୁ ବଦଳି କରାଯାଇଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କୁ କଟକ ଗ୍ରାମାଞ୍ଚଳ ଏସ୍‌ପି ଭାବେ ବଦଳି କରାଯାଇଛି। ୨୦୧୧ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ପୁରୀ ଏସ୍‌ପି ପିନାକ ମିଶ୍ରଙ୍କୁ ଭୁବନେଶ୍ୱର ଡିସିପି କରାଯାଇଛି। ଭଦ୍ରକ ଏସ୍‌ପି ବରୁଣ ଗୁଣ୍ଟୁପଲ୍ଲୀଙ୍କୁ ମୟୂରଭଞ୍ଜ ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ବାଲେଶ୍ୱର ଏସ୍‌ପି ସାଗରିକା ନାଥଙ୍କୁ ଖୋର୍ଦ୍ଧା ଜିଲ୍ଲା ଏସ୍‌ପି ଭାବେ ବଦଳି କରାଯାଇଛି। 

ଢେଙ୍କାନାଳ ଏସ୍‌ପି ଥିବା ୨୦୧୨ ବ୍ୟାଚ୍‌ର ଆଇପିଏସ୍ ଅଫିସର ମଡକର ସନ୍ଦୀପ ସମ୍ପଦଙ୍କୁ ଭଦ୍ରକ ଏସ୍‌ପି ଭାବେ ବଦଳି କରାଯାଇଛି। ଦେବଗଡ଼ ଏସ୍‌ପି ଅନୁପମା ଜେମ୍ସଙ୍କୁ ଭିଜିଲାନ୍ସ ଏସ୍‌ପି ଭାବେ ବଦଳି କରାଯାଇଛି। ଜଗତସିଂହପୁର ଏସ୍‌ପି ଥିବା ରାହୁଲ ପିଆରଙ୍କୁ ମଧ୍ୟ ଭିଜିଲାନ୍ସ ଏସ୍‌ପି ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ଯାଜପୁର ଏସ୍‌ପି ଥିବା ୨୦୧୬ ବ୍ୟାଚ୍‌ର ଆଇପିଏସ୍ ବିନିତ ଅଗ୍ରୱାଲଙ୍କୁ ପୁରୀ ଏସ୍‌ପି କରାଯାଇଛି।  

ନୟାଗଡ଼ ଏସ୍‌ପି ଥିବା ୨୦୧୫ ବ୍ୟାଚ୍‌ର ଆଇପିଏସ୍ ଅଫିସର ରାହୁଲ ଜୈନଙ୍କୁ ଅନୁଗୋଳ ଏସ୍‌ପି ଭାବେ ବଦଳି କରାଯାଇଛି। ଗଞ୍ଜାମ ଏସ୍‌ପି ଥିବା ୨୦୧୩ ବ୍ୟାଚ୍‌ର ଜଗମୋହନ ମୀନାଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଛି। କଟକ ଏସ୍‌ପି ଥିବା ଏଲ୍‌ ଦିବ୍ୟା ବି’ଙ୍କୁ ଭିଜିଲାନ୍ସ ଏସ୍‌ପି ଭାବେ ବଦଳି କରାଯାଇଛି। 

ଭିଜିଲାନ୍ସ ଏସ୍‌ପି ଥିବା ଡାକ୍ତର ଏସ୍‌. ବିବେକ ଏମ୍‌ଙ୍କୁ ବ୍ରହ୍ମପୁର ଏସ୍‌ପି ଭାବେ ବଦଳି କରାଯାଇଛି। କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ଗଞ୍ଜାମ, ନବରଙ୍ଗପୁର ଏସ୍‌ପି ରୋହିତ ବର୍ମାଙ୍କୁ କୋରାପୁଟ, ସୋନପୁର ଏସ୍‌ପି ଯଶପ୍ରତାପ ଶ୍ରୀମଲଙ୍କୁ ଯାଜପୁର ଓ ରାୟଗଡ଼ା ଏସ୍‌ପି ହରିଶ ବି.ସିଙ୍କୁ କନ୍ଧମାଳ ଏସ୍‌ପି ଭାବେ ବଦଳି କରାଯାଇଛି।

ପୁଲିସ ମୁଖ୍ୟାଳୟରେ ଏଆଇଜି ଥିବା ନାଗରାଜ ଦେବରକୋଣ୍ଡାଙ୍କୁ ବୌଦ୍ଧ ଏସ୍‌ପି ଭାବେ ବଦଳି କରାଯାଇଛି। ମୟୂରଭଞ୍ଜ ଏସ୍‌ପି ଏସ୍‌ ସୁଶ୍ରୀଙ୍କୁ ନୟାଗଡ଼ ବଦଳି କରାଯାଇଥିବା ବେଳେ ଗଜପତି ଏସ୍‌ପି ସ୍ୱାତୀ ଏସ୍‌ କୁମାରଙ୍କୁ ରାୟଗଡ଼ା, ମାଲକାନଗିରି ଏସ୍‌ପି ନୀତେଶ ୱାଧାନିଙ୍କୁ ରାଉରକେଲା, ବୌଦ୍ଧ ଏସ୍‌ପି ରାଜ ପ୍ରସାଦଙ୍କୁ ବାଲେଶ୍ୱର ଏସ୍‌ପି ଭାବେ ବଦଳି କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.