ପ୍ରଧାନମନ୍ତ୍ରୀଙ୍କ ୧୦୭ତମ ‘ମନ୍ କି ବାତ୍’; ମୁମ୍ବାଇ ହମ୍‌ଲାକୁ ମନେପକାଇଲେ ମୋଦି

Published By : Prameya-News7 Bureau | November 26, 2023 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦୭ତମ ରେଡିଓ କର୍ଯ୍ୟକ୍ରମ ‘ମନ୍ କି ବାତ୍’ କୁ ସମ୍ବୋଧିତ କରିଛନ୍ତି । ଏଥିରେ ପିଏମ୍ ମୋଦି ମୁମ୍ବାଇ ହମଲାରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ମାୟାନଗରୀକୁ ଦୋହଲାଇ ଦେଇଥିବା ୨୬/୧୧ ଅତଙ୍କବାଦୀ ଆକ୍ରମଣ ଘଟଣାକୁ ମନେ ପକାଇଛନ୍ତି । ଆଜିର ଦିନକୁ କେବେ ବି ଭୁଲି ହେବ ନାହିଁ । କେବଳ ମୁମ୍ବାଇ ନୁହେଁ ଏହି ହମଲାରେ ପୂରା ଦେଶକୁ ଦୋହଲି ଯାଇଥିଲା ବୋଲି ପିଏମ୍ ମୋଦି କହିଛନ୍ତି ।

wp:html /wp:html wp:embed {"url":"https://www.prameyanews7.com/devika-rotawan-was-the-younger-witness-to-identify-ajmal-kasab/","type":"wp-embed","providerNameSlug":"prameya-news-7"}
https://www.prameyanews7.com/devika-rotawan-was-the-younger-witness-to-identify-ajmal-kasab/
/wp:embed

ଏହାଛଡ଼ା ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଭାରତର ସାମର୍ଥ୍ୟ ଯେ, ଦେଶ ବୀର ଯବାନ ଓ ପୋଲିସ ବାହିନୀ ଏହି ଘଟଣାରେ ଭୟଭୀତ ନହୋଇ ଆତଙ୍କବାଦୀଙ୍କ ସହିତ ସଂଘର୍ଷ କରି ତାଙ୍କୁ ନିପାତ କରିଥିଲେ । ଏଥିରେ ଜଣେ ଆତଙ୍କୀ ଅଜମଲ୍ କସାବ ଜୀବିତ ଧରାପଡ଼ିଥିଲା । ପରେ ତାକୁ ୨୦୧୨ ମସିହାରେ ଫାଶି ଦିଆଯାଇଛି ।   

wp:embed {"url":"https://www.prameyanews7.com/newly-wed-sisters-loot-gold-and-money-in-uttar-pradesh/","type":"wp-embed","providerNameSlug":"prameya-news-7"}
https://www.prameyanews7.com/newly-wed-sisters-loot-gold-and-money-in-uttar-pradesh/
/wp:embed

ଆଜିର ଦିନକୁ ପୂରା ଦେଶରେ ସମ୍ବିଧାନ ଦିବସ ପାଳନ ହେଉଛି । ଏହାକୁ ସ୍ପଷ୍ଟ କରି ମୋଦି କହିଛନ୍ତି, ୨୬ ନଭେମ୍ବର ଦିନ ସମସ୍ତ ପାଇଁ ସ୍ବତନ୍ତ୍ର । ଏହି ଦିନରେ ସମ୍ବିଧାନ ସଭା ଭାରତର ସମ୍ବିଧାନ ଆପଣାଇଥିଲା । ୨୦୧୫ରେ ଯେତେବେଳେ ଡା. ବି.ଆର୍ ଆମ୍ବେଦକରଙ୍କ ୧୨୫ତମ ଜୟନ୍ତୀ ପାଳନ ହୋଇଥିଲା, ସେହିଦିନ ୨୬ ନଭେମ୍ବରକୁ ସମ୍ବିଧାନ ଦିବସ ରୂପା ପାଳନ ପାଇଁ ସରକାର ଘୋଷଣା କରିଥିଲେ । ସମ୍ବିଧାନ ଦିବସରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.