ବିରୋଧୀ ମହାମେଳିକୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ୍; କହିଲେ ଚାଲିଛି ‘କଟ୍ଟର ଭ୍ରଷ୍ଟାଚାର ସମ୍ମିଳନୀ’

Published By : Prameya-News7 Bureau | July 18, 2023 IST

ପୋର୍ଟ ବ୍ଲେୟାର: ପୋର୍ଟ ବ୍ଲେୟାରରେ ଉଦଘାଟନ୍ ହେଲା  ବୀର ସାବରକର ଇଣ୍ଟର ନ୍ୟାସନାଲ ଏୟାରପୋର୍ଟର ନୂଆ ଟର୍ମିନାଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସି ମାଧ୍ୟମରେ ଏହାକୁ ଲୋକାର୍ପିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରଆଦିତ୍ୟ ସିନ୍ଧିଆ ସାମିଲ ହୋଇଥିଲେ । ଏହି ଉଦଘାନ ସମାରୋହରେ ପିଏମ୍ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବା ସହିତ ବିଜେପି ବିରୋଧୀ ମାହମେଳିକୁ ଟାର୍ଗେଟ୍ କରିଥିଲେ । ଦେଶ ଭିତରେ ଜାତିବାଦର ବିଷ ବିକ୍ରି ହେଉଛି । ଏମାନେ ବେଙ୍ଗାଳୁରୁରେ ଏକାଠି ହୋଇ ଏହି କାର୍ଯ୍ୟ କରୁଛନ୍ତି ।  

wp:html /wp:html

ଏହାଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କ ବୈଠକ ଟାର୍ଗେଟ୍ କରି  କହିଛନ୍ତି, ପରିବାଦର କଟ୍ଟର ସମର୍ଥକ ଏକତ୍ରୀତ ହୋଇଛନ୍ତି । ଏହା ଭ୍ରଷ୍ଟାଚାର ସମ୍ମିଳନୀ । ଏମାନେ ପରିବାର ପାଇଁ ଭ୍ରଷ୍ଟାଚାରକୁ ବଢାଇବାରେ ଲାଗିପଡ଼ିଛନ୍ତି । କିଛି ବିରୋଧୀ ନେତା ଏହାର ଦୋକାନ ମଧ୍ୟ ଖୋଲିଛନ୍ତି । ଏହା ସହିତ ପିଏମ୍ କହିଛନ୍ତି, ପୂର୍ବ ସରକାର ୯ ବର୍ଷରେ ଆଣ୍ଡାମାନ ନିକୋବରକୁ ୨୩ ହଜାର କୋଟିର ବଜେଟ୍ ଅନୁମୋଦନ କରିଥିଲା । ହେଲେ ବିଜେପି ସରକାର ସମୟରେ ଆଣ୍ଡାମାନ ନିକୋବରର ବିକାଶ ପାଇଁ ୪୮ ହଜାର କୋଟି ଟଙ୍କା ବଜେଟ୍ ଅନୁମୋଦନ କରିଯାଇଛି ।   

wp:html /wp:html

ସେହିପରି ପୂର୍ବ ସରକାର ଅଣ୍ଡାମାନ ନିକୋବରରେ ମାତ୍ର ୨୮ ହଜାର ଘରକୁ ପାନୀୟ ଜଳ ସଂଯୋଗ କରିଥିଲା । ହେଲେ ବିଜେପି ସରକାର ଏଥିରେ ଆଗରେ ରହିଛି । ଗତ କିଛି ବର୍ଷରେ ୫୦ ହଜାର ଘରକୁ ପାନୀୟ ଜଳ ସଂଯୋଗ କରାଯାଇଛି । ଏହାଛଡ଼ା ପ୍ରଧାନମନ୍ତ୍ରୀ ଇତିହାସକୁ ଦୋହରାଇଛନ୍ତି । ଲାଲାକିଲାରେ ତ୍ରିରଙ୍ଗା ଉଡ଼ିବା ପୂର୍ବରୁ ଆଣ୍ଡାମାନ ନିକୋବରରେ ପ୍ରଥମେ ତ୍ରିରଙ୍ଗା ପତାକା ଉଡ଼ାଯାଇଥିଲା । ଆମେ ଦ୍ବୀପ ନାଁ ପରିବର୍ତ୍ତନ କରି ଗୋଲାମୀର ଢଞ୍ଚାକୁ ବଦଳାଇଛୁ । ଲୋକତନ୍ତ୍ର, ଲୋକଙ୍କର,  ଲୋକମାନଙ୍କ ଦ୍ବାରା ଏବଂ ଲୋକଙ୍କ ପାଇଁ। ହେଲେ ପରିବାରବାଦ ରାଜନୀତି ପରିବାରର, ପରିବାର ଦ୍ବାରା ଓ ପରିବାର ପାଇଁ । ପ୍ରଥମେ ପରିବାର ଓ ପରେ ରାଷ୍ଟ୍ରବାଦ ବୋଲି ପିଏମ୍ ମୋଦି ବିରୋଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.