ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ନିର୍ବାଚନ ବିଜୟ ନେଇ ଦଳୀୟ କର୍ମକର୍ତ୍ତାଙ୍କୁ ଦେଲେ ଗୁରୁମନ୍ତ୍ର

Published By : Prameya-News7 Bureau | May 19, 2024 IST

ଭୁବନେଶ୍ୱର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତାଙ୍କ ସହ ମୋଦୀଙ୍କ ବୈଠକ। ନିର୍ବାଚନ ଋଣନୀତି ନେଇ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବା ସହ କିଏ କେଉଁ ଦାୟିତ୍ବରେ ଅଛନ୍ତି ପଚାରି ବୁଝିଲେ। ସଂଗଠନ ପାଇଁ କାମ କରୁଥିବା କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ମୋଦୀ। ଆହୁରି ମଧ୍ୟ ଓ୍ବାର ରୁମ୍‌, ପ୍ରଚାର, ବୁଥ୍‌ ମ୍ୟାନେଜମଣ୍ଟର ସମୀକ୍ଷା କରିବା ସହ ନିର୍ବାଚନ ପରିଚାଳନା ଓ ବିଜୟ ନେଇ ଗୁରୁମନ୍ତ୍ର ଦେଇଛନ୍ତି। 

ସୂଚନାଥାଉକି, ରବିବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରବିବାର ସେ ରାଜଭବନରେ ରାତ୍ରୀଯାପନ କରିବେ। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାପ୍ରଭୁଙ୍କୁ ଦର୍ଶନ ପରେ ପୁରୀ ବଡ଼ଦାଣ୍ଡରେ ଏକ ବିଶାଳ ରୋଡ ସୋ କରିବେ। ବିଜେପିର ପ୍ରାର୍ଥୀଙ୍କୁ ଆଗାମୀ ନିର୍ବାଚନରେ ଜିତାଇବା ପାଇଁ ଭୋଟରଙ୍କୁ ରୋଡ ଶୋ ମାଧ୍ୟମରେ ଅପିଲ୍ କରିବେ ପ୍ରଧାନମନ୍ତ୍ରୀ। 

ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ସେପଟେ ପ୍ରଧାନମନ୍ତ୍ରୀଙ୍କ ରୋଡ଼ ସୋ ରେ ହଜାର ହଜାର ସଂଖ୍ୟାରେ ଯୋଗଦାନ କରିବା ପାଇଁ ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଗଣମାଧ୍ୟମ ଜରିଆରେ ଲୋକମାନଙ୍କୁ ନିବେଦନ କରିଛନ୍ତି। 

ପୁରୀ ବଡ଼ଦାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି କରିବେ ଭବ୍ୟ ରୋଡ଼ ସୋ। ଆଗାମୀ ନିର୍ବାଚନରେ ବିଜେପିର ପ୍ରାର୍ଥୀ ମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବା ପାଇଁ ରୋଡ଼ ସୋ ମାଧ୍ୟମରେ ଭୋଟର ମାନଙ୍କୁ ଅନୁରୋଧ କରିବେ ପ୍ରଧାନମନ୍ତ୍ରୀ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.