ସେକ୍ସ ରାକେଟର ପର୍ଦ୍ଦାଫାଶ : ପୋଲିସ କବଳରୁ ଖସିଗଲେ ଗ୍ରାହକ, ଧରାପଡିଗଲେ ଦେହଜୀବୀ

Published By : Prameya-News7 Bureau | August 05, 2024 IST

କଳାହାଣ୍ଡି ୦୫।୦୮ :  ସେକ୍ସ ରାକେଟ ଠାବ । ଖସିଗଲେ ଯୁବକ, ଧରାପଡିଲେ ଦେହଜୀବୀ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଅଟାଙ୍ଗଗୁଡ଼ାରୁ ଠାବ ହୋଇଛି ସେକ୍ସ ରାକେଟ୍ । ସଦର ଥାନା ପୋଲିସ ଘଟଣାରେ ତଦନ୍ତ ଜାରି ରଖିଛି । 

ଖବର ଅନୁଯାୟୀ, ଅଟାଙ୍ଗଗୁଡ଼ାରେ ଏକ ଘରେ ଦୀର୍ଘ ଦିନ ଧରି ଚାଲିଥିଲା ସେକ୍ସ ରାକେଟ୍‌ । ଏହି ସଂପର୍କରେ ଖବର ପାଇ ରବିବାର ବିଳମ୍ବିତ ରାତିରେ ଟାଉନ୍‌ ଏବଂ ସଦର ଥାନା ପୋଲିସ ମିଳିତ ଭାବେ ରେଡ୍‌ କରିଥିଲେ । ଏହି ଚଢାଉରେ ୨ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ହୋଇଥିବା ଯୁବତୀଙ୍କ ମଧ୍ୟରେ ଜଣଙ୍କ ଘର କୋଲକାତାର ମେଦିନୀପୁରରେ ହୋଇଥିବା ବେଳେ ଆଉ ଜଣଙ୍କ ଘର ଢେଙ୍କାନାଳରେ ବୋଲି ଜଣାପଡିଛି । 

ସେପଟେ ପୋଲିସର ଚଢାଉ ଦେଖି ଘଟଣାସ୍ଥଳରୁ ଫେରାର ମାରିଛନ୍ତି ତିନି ଯୁବକ । ସଦର ଥାନା ପୋଲିସ ଉଦ୍ଧାର ଯୁବତୀଙ୍କୁ ଅଟକ ରଖି ଛାନ୍‌ଭିନ୍‌ ଜାରି ରଖିଛି । ଏହାସହିତ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି ? ସେନେଇ ଖୋଲତାଡ ବି କରୁଛି ପୋଲିସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.