ଆପାର୍ଟମେଣ୍ଟ ନିରାପତ୍ତା ପାଇଁ ପୋଲିସ କମିଶନରଙ୍କ ଅପିଲ, ସିସିଟିଭି ଫିଡ୍ ପୋଲିସ କଣ୍ଟ୍ରୋଲ ରୁମ୍କୁ ଦେବାକୁ ପରାମର୍ଶ

Published By : Prameya-News7 Bureau | October 26, 2024 IST

ଭୁବନେଶ୍ବର ୨୬।୧୦: ଆପାର୍ଟମେଣ୍ଟ ନିରାପତ୍ତା ପାଇଁ ପୋଲିସ କମିଶନରଙ୍କ ଅପିଲ । ସମସ୍ତ ଏଣ୍ଟ୍ରି ଓ ଏକ୍ସିଟ୍ ପଏଣ୍ଟରେ ସିସିଟିଭି ଲଗାଇବାକୁ ପରାମର୍ଶ । ସିସିଟିଭିର ଫିଡ୍ ପୋଲିସ କଣ୍ଟ୍ରୋଲ ରୁମ୍ କୁ ଦେବାକୁ ପରାମର୍ଶ । ନିଜ ଆପାର୍ଟମେଣ୍ଟର ତଥ୍ୟ ସ୍ଥାନୀୟ ପୋଲିସ ଷ୍ଟେସନରେ ଦେବାକୁ କହିଲେ ପୋଲିସ କମିଶନର । ଚଳିତ ବର୍ଷ ୬୫ ଚୋରି ମାମଲାରେ ବର୍ତ୍ତମାନ ସୁଦ୍ଧା ୨୯ ଜଣଙ୍କୁ ଗିରଫ କରାଯାଇଛି । ୭୦୭୭୭୯୮୧୧୧ ନମ୍ବରରେ ସୂଚନା ଦେବାକୁ ଅପିଲ କଲେ ସିପି ।


ପୋଲିସ କମିଶନରଙ୍କ ବିବୃତ୍ତି

୧. ୨୦୨୪ ମସିହାରେ ଏପର୍ଯ୍ୟନ୍ତ କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ଆପାର୍ଟମେଣ୍ଟରେ ମୋଟ ୬୫ଟି ଚୋରି କେସ ରିପୋର୍ଟ ହୋଇଛି । ସେଗୁଡିକ ମଧ୍ୟରୁ ଆମେ ୨୯ ଲୋକଙ୍କୁ ଗିରଫ କରିଛୁ ।

 

୨. ଆପାର୍ଟମେଣ୍ଟରେ ରହୁଥିବା ଲୋକମାନଙ୍କ ପାଇଁ ଆମେ ଏକ ସୁଚନା ଜାରୀ କରୁଛୁ । ସମସ୍ତ ଆପାର୍ଟମେଣ୍ଟର ବାସିନ୍ଦା         କଲ୍ୟାଣ ସଂଘଗୁଡ଼ିକ (RWAs) ଆପାର୍ଟମେଣ୍ଟର ପ୍ରବେଶ ଏବଂ ପ୍ରସ୍ଥାନ ପଏଣ୍ଟ ଗୁଡ଼ିକରେ IP-enabled କ୍ୟାମେରା             ଲଗାଇବେ ଏବଂ ତାହାର ତଥ୍ୟ ଆମ କମିଶନରେଟ ପୋଲିସ କଣ୍ଟ୍ରୋଲ୍ ରୁମକୁ ଦେବେ । 

 

୩. IP-enabled କ୍ୟାମେରା ମାନଙ୍କର ସବିଶେଷ ତଥ୍ୟ ଏସିପି କେ. କେ. ହରିପ୍ରସାଦ ଙ୍କୁ ମୋବାଇଲ                       ନ.୭୬୦୬୦୬୬୭୬୬ ରେ ଯୋଗାଯୋଗ କରିବେ ।

  

୪. ଏହା ପାଇଁ ଆମେ ସମସ୍ତଙ୍କ ସହଯୋଗ ଆଶା କରୁଛୁ । ଆମେ ଘଟଣାଗୁଡ଼ିକୁ ଅନୁ ସନ୍ଧାନ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍     ଗଠନ କରୁଛୁ ।

 

୫. ଯଦି ଆପଣଙ୍କ ପାଖରେ କୌଣସି ଅଭିଯୋଗ ବା ସୂଚନା ଅଛି, ଦୟାକରି 7077798111 ନମ୍ବରକୁ                        WhatsApp କରନ୍ତୁ ।


 

You Can Read:

କେନ୍ଦ୍ରାପଡ଼ାରେ ବାତ୍ୟା ପରବର୍ତ୍ତୀ ସମୀକ୍ଷା ବୈଠକରେ ବିଜେଡି ବିଧାୟକଙ୍କୁ ବାଦ୍ ଅଭିଯୋଗ ଆଣିଲେ ଗଣେଶ୍ବର

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.