ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବି ଖସୁନି ଆଳୁ ଦର, ଚିନ୍ତାରେ ଗ୍ରାହକ

Published By : Prameya-News7 Bureau | July 27, 2024 IST

ଭୁବନେଶ୍ବର୨୭/୭: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କଡା ତାଗିଦ ସତ୍ତ୍ବେ ଖସୁନି ଆଳୁ ଦର । ପଶ୍ଚିମବଙ୍ଗରୁ ଆଳୁ ଆସୁନଥିବାରୁ  । ଓଡିଶାରେ ସଙ୍କଟ ଦେଖାଦେଇଛି । ବଜାରରେ ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି ଆଳୁ । ଭୁବନେଶ୍ବରରେ ଆଳୁ କେଜି ଦର ରହିଛି ୪୦ରୁ ୫୦ ଟଙ୍କା । କଟକରେ ଆଳୁ କିଲୋ ୫୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ଜଗତସିଂହପୁରରେ ୫୦ ଟଙ୍କା, ବ୍ରହ୍ମପୁରରେ କେଜି ପ୍ରତି ଦର ୪୫ରୁ ୫୦, ସମ୍ବଲପୁରରେ ୪୫ରୁ ୫୦ଟଙ୍କାରେ ବିକ୍ରି ହେଉଛି ଆଳୁ ।

ବାଲେଶ୍ବରରେ ଆଳୁ କେଜି ପ୍ରତି ଦର ରହିଛି ୪୦ ଟଙ୍କା । ଗତକାଲି ଗୋଦାମରେ ଚଢାଉ କରି ତାଗିଦ କରିଥିଲେ ମନ୍ତ୍ରୀ । ଆଳୁ କେଜି ୩୨ ଟଙ୍କାରେ ବିକ୍ରି କରିବାକୁ ଅପିଲ କରିଥିଲେ । ଚଢା ଦରରେ ବିକିଲେ ଅସାଧୁ ବ୍ୟବସାୟୀଙ୍କୁ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥିଲେ । ମନ୍ତ୍ରୀଙ୍କ ତାଗିଦ ବି  ବଜାରରେ କମିନି ଆଳୁ ଦର । ପୂର୍ବଭଳି ଦରରେ ଆଳୁ ବିକ୍ରି କରୁଛନ୍ତି ବ୍ୟବସାୟୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.