ଟ୍ବିନ ସିଟି ସମେତ କିଛି ସ୍ଥାନରେ ପହଞ୍ଚିଲା ଆଳୁ ଟ୍ରକ, ଖୁବ ଶୀଘ୍ର ଦର ନିୟନ୍ତ୍ରଣକୁ ଆସିବ:ମନ୍ତ୍ରୀ

Published By : Prameya-News7 Bureau | July 27, 2024 IST

ଭୁବନେଶ୍ବର ୨୭/୭: ୩୨ରୁ ୩୪ ଟଙ୍କାରେ ଆଳୁ ମିଳୁଛି । ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଆସିପାରୁନଥିଲା । ସେଥିପାଇଁ ଆଳୁ ଦର ଚଢା ଥିଲା । ଏବେ ପଶ୍ଚିମବଙ୍ଗ ସରକାରଙ୍କ ସହ କଥା ହେବା ପରେ ଆଳୁ ଟ୍ରକ ଆସିବା ଆରମ୍ଭ ହୋଇଯାଇଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର  । କଟକ ଓ ଭୁବନେଶ୍ବର ସମେତ ରାଜ୍ୟର କିଛି ସ୍ଥାନରେ ଆଳୁ ଟ୍ରକ ଆସି ପହଞ୍ଚିଛି । 

ମାର୍କେଟରେ ରେଟ୍‌ ସ୍ବାଭାବିକ ହେବା ଆରମ୍ଭ ହୋଇଗଲାଣି । ୩୨ରୁ ୩୪ ଟଙ୍କାରେ ଆଳୁ ମିଳୁଛି । ଆଗକୁ ଦର ନିୟନ୍ତ୍ରଣକୁ ଆସିଯିବ । ରାଜ୍ୟରେ ଯେଉଁ ସବୁ ଶୀତଳ ଭଣ୍ଡାର ଅଛି ସେସବୁ ଚାଲୁନି । ପୂର୍ବ ସରକାର ଶୀତଳ ଭଣ୍ଡାର କରିନାହାନ୍ତି । ରାଜ୍ୟରେ ୮/୯ଟି ଶୀତଳ ଭଣ୍ଡାର ସଚଳ ଅଛି ବାକି ସବୁ ବନ୍ଦ ଥିବାରୁ ଏପରି ଅବସ୍ଥା ଉପୁଜିଥିବା କହିଛନ୍ତି ମନ୍ତ୍ରୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.