ଆମେ ଖୁସି, ଆମକୁ ଶକ୍ତ ବିରୋଧୀ ଦଳ ମିଳିଛି : ପ୍ରତାପ ଷଡ଼ଙ୍ଗୀ

Published By : Prameya-News7 Bureau | July 18, 2024 IST

ଭୁବନେଶ୍ବର ୧୮: ବିରୋଧୀ ଦଳର ଛାୟା କ୍ୟାବିନେଟ୍ ଉପରେ ପ୍ରତିକ୍ରିୟା ରଖିଲେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ । ସେ କହିଛନ୍ତି, ଅସ୍ତିତ୍ଵ ଅଛି ବୋଲି ଜଣାଇବାକୁ ଏଭଳି ନିଷ୍ପତ୍ତି । ଆମେ ଖୁସି । ଆମକୁ ଶକ୍ତ ବିରୋଧୀ ଦଳ ମିଳିଛି । ସେମାନେ ଆମକୁ ଜଗନ୍ତୁ । ଆମେ ରାଜକୋଷ ଲୁଟିବା ଯୋଜନାରେ ନାହୁଁ । ଆମେ ଡରିବୁ କାହିଁକି । ଯେଉଁମାନେ ରାଜକୋଶ ଲୁଟିଲେ, ଚିଟଫଣ୍ଡ ପଇସା ଖାଇଲେ, 5T ନାଁରେ ରାଜ୍ୟକୁ ଲୁଣ୍ଠନ କରି ଗଣତନ୍ତ୍ରକୁ ହତ୍ୟା କଲେ ସେମାନଙ୍କୁ ଜଗିକି ବାହାର କରିବାର ଆବଶ୍ୟକତା ରହିଛି । 

ଆମେ ଆମ ଓଡ଼ିଶା, ନବୀନ ଓଡ଼ିଶା, 5T କଥା କାଢିବୁ । ଆମ ଶତ ପ୍ରତିଶତ କାମ କରିବାକୁ ଆସିଛୁ ଆମେ ଡରିବୁ କାହିଁକି । 

ଛାୟା କ୍ୟାବିନେଟ୍ କଲେ । ଛାୟା ମୁଖ୍ୟମନ୍ତ୍ରୀ କିଏ କରିପାରୁ ନାହାନ୍ତି । ଯାହା ଉପରେ ସିଏ ଭରସା କରିଥିଲେ ସିଏ ଆଉଟ୍ । ଦୃଶ୍ୟମାନ ହେଉ ନାହାନ୍ତି । ଲୁଚି ଲୁଚି ଯାଉଛନ୍ତି । ଛାୟାରେ ରହିଲେ । ସାମ୍ନାକୁ ଆସିବାକୁ ସାହାସ ନାହିଁ । ପତି-ପତ୍ନୀ ଉଭୟ ଆଉଟ୍ । ଅସ୍ତିତ୍ଵ ଅଛି ବୋଲି ଜଣାଇବାକୁ ଏଭଳି ନିଷ୍ପତ୍ତିବୋଲି ପ୍ରତାପ କହିଛନ୍ତି ।

You Can Read:

ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ ଦାବି, ରାଜଭବନ ସମ୍ମୁଖରେ ଯୁବ ଓ ଛାତ୍ର ବିଜେଡିର ବିକ୍ଷୋଭ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.