ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ମନ୍ଦିର ନିର୍ମାଣରେ ସାମିଲ ଶ୍ରମବୀରଙ୍କ ଉପରେ ପୁଷ୍ପ ବର୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ରାମ ମନ୍ଦିର ପରିସରରେ ଜଟାୟୁ ମୂର୍ତ୍ତି ଉପରେ ଫୁଲ ଚଢାଇଥିଲେ । ଏବଂ ଅଯୋଧ୍ୟା ଧାମରେ ଭଗବାନ ଶିବଙ୍କ ପୂଜାର୍ଚ୍ଚନା ମଧ୍ୟ କରିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିର ନିର୍ମାଣ ସାମିଲ ଥିବା ଶ୍ରମିକଙ୍କୁ ଭେଟିଛନ୍ତି । ଏହି ଅବସସରେ ସେ ହାତରେ ଟୋକେଇ ଧରି ଶ୍ରମିକଙ୍କ ଉପରେ ଫୁଲ ବର୍ଷା କରିଛନ୍ତି । ଏହାସହ ଶ୍ରମିକଙ୍କୁ କାମକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏବେ ସୁଦ୍ଧା ଆପଣମାନଙ୍କୁ ଭଗବାନ ଆଶୀର୍ବାଦ ମିଳୁଥିଲା । ଏବେ ସାରା ଦେଶର ଆଶୀର୍ବାଦ ମୁଳିଛି । ଏହାସହ ଶ୍ରମିକଙ୍କୁ ପିଏମ୍ କହିଛନ୍ତି ଯେ ଏବେ ଆପଣମାନଙ୍କୁ ନିଜର ଗତି ବଢାଇବାକୁ ହେବ ।
wp:html/wp:html#WATCH | Prime Minister Narendra Modi showers flower petals on the workers who were a part of the construction crew at Ram Temple in Ayodhya, Uttar Pradesh. pic.twitter.com/gJp4KSnNp6
— ANI (@ANI) January 22, 2024
ଉଲ୍ଲେଖଯୋଗ୍ୟ ଯେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଏବେ ପ୍ରଥମ ପର୍ଯ୍ୟାୟ କାମ ଶେଷ ହୋଇଛି ଏବଂ ଏହାପରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି । ଏବେ ବି ଅନେକ କାମ ବାକି ରହିଛି । ରାମ ମନ୍ଦିର ନିର୍ମାଣରେ ବଡ଼ ସଂଖ୍ୟାରେ ଶ୍ରମିକ ଲାଗିଛନ୍ତି, ଯେଉଁମାନେ ଦିନ-ରାତି ଅଥକ ପରିଶ୍ରମ କରୁଛନ୍ତି ।
Also Read: ରାମଲାଲାଙ୍କ ମୂର୍ତ୍ତି ନିର୍ମାଣ କରିଥିବା ଯୋଗୀରାଜ କହିଲେ-ଦୁନିଆର ସବୁଠୁ ଭାଗ୍ୟଶାଳୀ ମଣିଷ ମୁଁ