କରଞ୍ଜିଆ ସବ୍ ଜେଲ୍ରୁ କଏଦୀ ଫେରାର, ହତ୍ୟା ଅପରାଧରେ ଆଜୀବନ ସଜ୍ଜା କାଟୁଥିଲା

Published By : Prameya-News7 Bureau | June 12, 2024 IST

କରଞ୍ଜିଆ ୧୨।୬: କରଞ୍ଜିଆ ସବ୍ ଜେଲ୍‌ରୁ କଏଦୀ ଫେରାର । ଠାକୁରମୁଣ୍ଡା ଥାନାର ଏକ ହତ୍ୟା ଅପରାଧରେ ଆଜୀବନ ସଜ୍ଜା କାଟୁଥିବା କଏଦୀ ଲକ୍ଷ୍ମଣ ମହାନ୍ତ ଫେରାର ହୋଇଯାଇଛି । କରଞ୍ଜିଆ ଜେଲର ଛୁଟିରେ ରହିଥିବା ବେଳେ ସବ୍ ଜେଲର ଏ ନେଇ କରଞ୍ଜିଆ ଥାନରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ତେବେ ଏହି ଜେଲ୍‌ରୁ କଏଦୀ ଫେରାର ଘଟଣା କିଛି ନୂଆ କଥା ନୁହେଁ । ଗତ ୨୦୧୯ ମସିହା ଜୁନ୍ ମାସ ୧୬ ତାରିଖରେ ଆଜୀବନ ସଜ୍ଜା କାଟୁଥିବା ଭଗବାନ ଟୁଡୁ ନାମକ ଜଣେ କଏଦୀ ଫେରାର ହୋଇଯାଇଥିଲା । ପରେ ତତ୍କାଳୀନ ଜେଲର ଏକ ଜେଲ୍ ୱାର୍ଡରଙ୍କୁ ଦୋଷ ଲଦି ଦେବା ଫଳରେ ଜନୈକ ଜେଲ୍ ୱାର୍ଡର ନିନ୍ଦା ସହିନପାରି ଆତ୍ମହତ୍ୟା କରିଦେବା ଘଟଣା ସେତେବେଳେ କରଞ୍ଜିଆ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ବାରମ୍ବାର ଏନେଇ ଖବର ପ୍ରସାରଣ ପରେ ତତ୍କାଳୀନ ଜେଲରଙ୍କୁ ସରକାର ନିଲମ୍ବିତ କରିଥିଲେ । ଏବେ ଜେଲର ଛୁଟିରେ ଥିବାବେଳେ ଜଣେ ଆଜୀବନ ସଜ୍ଜା କାଟୁଥିବା କଏଦୀ ଫେରାର ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବାବାକି ରହିଛି ।

You Can Read :

ଓଡିଶାକୁ ମିଳିବ ନୂଆ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ : କଡା ସୁରକ୍ଷା ବଳୟରେ ଜନତା ମଇଦାନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.