ଭଦ୍ରକରେ ପହଞ୍ଚିଲା କୋଲ୍‌କାତା ନିଆଁ, ଜରୁରୀ ସେବା ଛାଡି ଆଉ ସବୁ ବନ୍ଦ

Published By : Prameya-News7 Bureau | August 17, 2024 IST

ଭଦ୍ରକ ୧୭।୦୮ : ଭଦ୍ରକରେ ପହଁଚିଲା କଲିକତା ନିଆଁ। ମେଡିକାଲ ଛାତ୍ରୀ ହତ୍ୟା ଘଟଣାରେ ବିରୋଧ ଜାରି। ଜରୁରୀକାଳୀନ ସେବା ଛଡା, ସମସ୍ତ ସରକାରୀ ଓ ବେସରକାରୀ ମେଡିକାଲରେ ଅନ୍ୟ ଚିକିତ୍ସା ବନ୍ଦ ରହିଛି। ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମେଡିକାଲ କର୍ମଚାରୀ , ସପୋର୍ଟ ଷ୍ଟାଫ, ଅବସରପ୍ରାପ୍ତ କର୍ମଚାରୀ ଓ ଘରୋଇ ଡାକ୍ତର, ସ୍ୱେଚ୍ଛାସେବୀ ମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି ।

କଲିକତାରେ ଡାକ୍ତରୀ ଛାତ୍ରୀଙ୍କୁ ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆଗାମୀ ଦିନରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଜିଲ୍ଲାର ସରକାରୀ ମେଡିକାଲ ସହ ଘରୋଇ ମେଡିକାଲରେ ଜରୁରୀକାଳୀନ ଚିକିତ୍ସା ଜାରି ରହିଛି। କିନ୍ତୁ ଅନ୍ୟ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସେବା ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିଛି । ରୋଗୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.