ରାଜକୀୟ ବିବାହ ଏବେ ହେବ ସ୍ୱପ୍ନ ! କେବଳ ୫୦ ବରଯାତ୍ରୀ ଏବଂ ୧୦ ପ୍ରକାର ଖାଦ୍ୟ ହେବ ସାମିଲ; ସଂସଦରେ ଉପସ୍ଥାପନ ହେଲା ବିଲ୍

Published By : Prameya-News7 Bureau | August 05, 2023 IST

ନୂଆଦିଲ୍ଲୀ: ପଞ୍ଜାବର ଝଡୁର ସାହିବରୁ କଂଗ୍ରେସ ସାଂସଦ ଜସବୀର ସିଂ ଗିଲ ସଂସଦର ମୌସୁମୀ ଅଧିବେଶନରେ ଲୋକସଭାରେ ଏକ ପ୍ରାଇଭେଟ୍ ମେମ୍ୱର ବିଲକୁ ଉପସ୍ଥାପନ କରିଛନ୍ତି । ଏହି ବିଲରେ ବିବାହରେ ହେଉଥିବା ଖର୍ଚ୍ଚ ଉପରେ ଲଗାମ ଲଗାଇବା ପାଇଁ ବ୍ୟବସ୍ଥା କରାଯାଇଛି ।

ପଢନ୍ତୁ: ପୁଣି ସଂସଦକୁ ଫେରିବେ ରାହୁଲ ଗାନ୍ଧି, ଲଢ଼ିବେ ୨୦୨୪ ଲୋକସଭା ନିର୍ବାଚନ, ବୁଝନ୍ତୁ ମୋଦି ସରନେମ କେସ୍‌ରେ ସୁପ୍ରିମକୋର୍ଟଙ୍କ ରାୟର ଅର୍ଥ

କଂଗ୍ରେସ ସାଂସଦ ଜସବୀର ସିଂ ଗିଲ ଶୁକ୍ରବାର ଲୋକସଭାରେ ଏକ ପ୍ରାଇଭେଟ୍ ମେମ୍ୱର ବିଲ୍ ଉପସ୍ଥାପନ କରିଥିଲେ । ଏହି ବିଲ ଅନୁସାରେ, ବରଯାତ୍ରୀରେ କେବଳ ୫୦ ଜଣ ସାମିଲ ହୋଇପାରିବେ । ଏହାସହ ବିବାହରେ ୧୦ରୁ ଅଧିକ ଖାଦ୍ୟ ରୋଷେଇ କରିପାରିବେ ନାହିଁ । ଏହାଛଡ଼ା ବନ୍ଦାଣ ଏବଂ ଉପହାରରେ ୨୫୦୦ରୁ ଅଧିକ ଟଙ୍କା ଦେଇପାରିବେ ନାହିଁ ।

wp:html /wp:html

ଉଲ୍ଲେଖଯୋଗ୍ୟ ଯେ ଏହି ବିଲର ଉଦ୍ଦେଶ୍ୟ ବିବାହରେ ହେଉଥିବା ଅଯଥା ଖର୍ଚ୍ଚ ଉପରେ ଲଗାମ ଲଗାଇବା । ଏହାସହ ଏହି ବିଲ୍ ମାଧ୍ୟମରେ ବରଯାତ୍ରୀଙ୍କ ସଂଖ୍ୟାକୁ ମଧ୍ୟ ସୀମିତ ରଖିବା ଉପରେ ଜୋର ଦିଆଯାଇଛି । ଫଳରେ ବିବାହରେ ହେଉଥିବା ଅନାବଶ୍ୟକ ଖର୍ଚ୍ଚକୁ ରୋକା ଯାଇପାରିବ ।

Also Read: ରାଗରେ ଲୋକସଭାରେ ଆଗ ଚୌକି ଛାଡିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପଛକୁ ଯାଇ ଆଗତ କଲେ ବିଲ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.