ହାଇକୋର୍ଟରେ ପୁରୀ ପୌର କର୍ତ୍ତୃପକ୍ଷଙ୍କ ସତ୍ୟପାଠ, ବଡ଼ ଶଙ୍ଖ ଠାରୁ ଗୁଣ୍ଡିଚା ମନ୍ଦିର ଯାଏଁ କୌଣସି ସ୍ଥାୟୀ ନିର୍ମାଣ ହେବ ନାହିଁ…

Published By : Prameya-News7 Bureau | July 03, 2024 IST

ପୁରୀ ୦୩।୦୭ : ପୁରୀ ବଡଶଙ୍ଖ ଠାରୁ ଗୁଣ୍ଡିଚା ମନ୍ଦିର ଯାଏଁ ମୁଖ୍ୟ ରାସ୍ତା କଡରେ କୌଣସି ସ୍ଥାୟୀ ନିର୍ମାଣ ହେବନାହିଁ। ଏପରିକି ବ୍ୟବସାୟିକ ଉଦ୍ଦେଶ୍ୟରେ କୌଣସି ଅସ୍ଥାୟୀ ନିର୍ମାଣ ପାଇଁ ମଧ୍ୟ ଅନୁମତି ମିଳିବ ନାହିଁ। ହାଇକୋର୍ଟରେ ଆଜି ଏ ସମ୍ପର୍କିତ ଏକ ସତ୍ୟପାଠ ଦାଖଲ କରିଛନ୍ତି ପୁରୀ ପୌର କର୍ତ୍ତୃପକ୍ଷ।

ସେହିପରି ଏହାକୁ କଡାକଡି ଭାବେ ପାଳନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଯେହେତୁ ପୁରୀକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାକୁ ଜାତୀୟ ରାଜପଥ ଭାବେ ଘୋଷଣା କରାଯାଇଛି । ତେଣୁ ଏହା ପାର୍ଶ୍ୱରେ କୌଣସି ନିର୍ମାଣ କାମ ପାଇଁ ଅନୁମତି ଆବଶ୍ୟକ ପଡିପାରେ । ରଥଯାତ୍ରାକୁ ଆଖିରେ ରଖି, ପୁରୀ ନଗରପାଳିକା ତରଫରୁ ଅସ୍ଥାୟୀ ଷ୍ଟଲ ଖୋଲିବା ଲାଗି ଏକ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଯାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାୟର ହୋଇଥିଲା ଜନସ୍ୱାର୍ଥ ମାମଲା । 

ତେବେ ମାମଲାରେ ପକ୍ଷ ରଖିବାକୁ ଯାଇ ପୁରୀ ନଗରପାଳିକା ତରଫରୁ ଯେଉଁ ସତ୍ୟପାଠ ଦାଖଲ କରାଯାଇଛି । ତାକୁ ଗ୍ରହଣ କରିଛନ୍ତି କୋର୍ଟ। ଜନହିତକର କାର୍ଯ୍ୟ ଏବଂ ବିନା ବ୍ୟବସାୟିକ ସ୍ୱାର୍ଥରେ ଯଦି କୌଣସି ଅସ୍ଥାୟୀ ଷ୍ଟଲ ଖୋଲାଯିବ । ତେବେ ତାହା ଗ୍ରହଣୀୟ ବୋଲି କୋର୍ଟ କହିଛନ୍ତି।

  • puri
  • Deva Snana Purnima 2024
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.