ମୋଦି ସାଙ୍ଗିଆ ମାନହାନି ମାମଲା; ଜୁଲାଇ ୨୧ରେ ସୁପ୍ରିମକୋର୍ଟରେ ଶୁଣାଣି

Published By : Prameya-News7 Bureau | July 18, 2023 IST

ନୂଆଦିଲ୍ଲୀ: ମୋଦି ସାଙ୍ଗିଆ ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ ଆଶ୍ବସ୍ତି । ଚ୍ୟାଲେଞ୍ଜ ଆବେଦନକୁ ଶୁଣାଣି ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ ।  ଗୁଜରାଟ ନିମ୍ନ ଅଦାଲତର ଦଣ୍ଡାଦେଶ ନିଷ୍ପତ୍ତି ଉପରେ ରୋକ୍ ଲଗାଇବା ପାଇଁ ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଗୁଜରାଟ ହାଇକୋର୍ଟ ପୁନର୍ବିଚାର ଆବେଦନ ଖାରଜ କରିବା ପରେ ଏହି ମାମଲା ସୁପ୍ରିମକୋର୍ଟକୁ ଯାଇଛି ।

wp:embed {"url":"https://www.prameyanews7.com/rahul-gandhi-modi-surname-defamation-case-gujarat-hc-verdic/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rahul-gandhi-modi-surname-defamation-case-gujarat-hc-verdic/
/wp:embed

ସୁପ୍ରିମକୋର୍ଟ ଆସନ୍ତା ଜୁଲାଇ ୨୧ ତାରିଖରେ ମାମଲାର ଶୁଣାଣି କରିବାକୁ ସହମତି ପ୍ରକାଶ କରିଛନ୍ତି । ଏଥିରେ ଗୁଜରାଟ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି କଂଗ୍ରେସ ଯୁବରାଜ । ଯେଉଁଥିରେ ହାଇକୋର୍ଟ ତାଙ୍କ ଉପରେ ଲାଗିଥିବା ଦୋଷ ଓ ଦୁଇବର୍ଷ ଜେଲ ଦଣ୍ଡାଦେଶକୁ ରୋକ୍ ଲଗାଇବାକୁ ମନା କରିଥିଲେ । ପ୍ରଧାନମନ୍ତ୍ରୀ ଡିଓ୍ବାଇ ଚନ୍ଦ୍ରଚୂଡ଼ ମୋଦି ସାଙ୍ଗିଆ ମାନହାନୀ ମାମଲାର ପରିବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ।

ଗତ ମାର୍ଚ୍ଚ ୨୩ ତାରିଖରେ ସୁରଟ ଜିଲ୍ଲା ମାଜିଷ୍ଟ୍ରେଟ୍ ଙ୍କ କୋର୍ଟ ରାହୁଲଙ୍କ ମୋଦି ସାଙ୍ଗିଆ ମାମଲା ଉପରେ ଶୁଣାଣି କରି ରାୟ ପ୍ରକାଶ କରିଥିଲେ । ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରି ୨ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । ପରେ ନିୟମ ଅନୁଯାୟୀ ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଯାଇଥିଲା । ଏହାପରେ ରାହୁଲ ସୁରଟ ସେସନସ୍ କୋର୍ଟରେ ଅପିଲ କରିଥିଲେ । ସେସନସ୍ କୋର୍ଟ ଏପ୍ରିଲ ୨୦ତାରିଖରେ ଜାମିନ ଦେବା ସହ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଥିଲେ । ଫଳରେ ରାହୁଲ ଗାନ୍ଧି ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ।

wp:embed {"url":"https://www.prameyanews7.com/rahul-gandhi-moves-sc-in-modi-surname-defamation-case/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rahul-gandhi-moves-sc-in-modi-surname-defamation-case/
/wp:embed

ସୂଚନା ମୁତାବକ, ୨୦୧୯ ଲୋକସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧି କର୍ଣ୍ଣାଟକରେ ପ୍ରଚାର ବେଳେ ଅଭିଭାଷଣ ଦେଇଥିଲେ । ଏଥିରେ ରାହୁଲ ଗାନ୍ଧି କହିଥିଲେ, ସବୁ ଚୋର ମୋଦି ସାଙ୍ଗିଆ କାହିଁକି ରଖିଛନ୍ତି। ଏହାକୁ ନେଇ ବିଜେପି ନେତା ପୂର୍ଣ୍ଣେଶ ମୋଦୀ ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.