ନୂଆଦିଲ୍ଲୀ: ଭାରତୀୟ ସେନା ସମର୍ଥନରେ ବାହାରିଲେ ଲୋକସଭା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ। ସେନାରେ ଥିବା ଅଗ୍ନିପଥ ଯୋଜନାକୁ ହଟାଇବାକୁ ରାହୁଲ ଗାନ୍ଧୀ ଜୟ ଜବାନ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସେନା ଯବାନଙ୍କ ଭବିଷ୍ୟତ ସୁରକ୍ଷିତ ରଖିବା ପାଇଁ ଏହି ଯୋଜନା ହଟାଯାଉ ବୋଲି ରାହୁଲ ଦାବି କରି ରବିବାର ଜୟ ଜବାନ ଆନ୍ଦୋଳନ ଆରମ୍ଭ କରିଛନ୍ତି।
ରାହୁଲ ଗାନ୍ଧୀ ଅଗ୍ନିପଥ ଯୋଜନାକୁ ସେନା ପ୍ରତି ଅନ୍ୟାୟ ଓ ଶହୀଦଙ୍କ ପ୍ରତି ଅପମାନ ବୋଲି କହିଥିଲେ। ନାଶିକରେ ଟ୍ରେନିଂ ସମୟରେ ବିସ୍ଫୋରଣରେ ଦୁଇଜଣ ଅଗ୍ନିବୀର ବିଶ୍ୱରାଜ ସିଂ (୨୦) ଏବଂ ସାଇଫତ୍ ଶିଟ୍ (୨୧)ଙ୍କ ମୃତ୍ୟୁ ପରେ ଘଟଣା ଚର୍ଚ୍ଚାକୁ ଆସିଛି। ଘଟଣାରେ ରାହୁଲ ଗାନ୍ଧୀ ଦୁଇ ସହିଦ ଅଗ୍ନିବୀରଙ୍କ ପରିବାର ପ୍ରତି ସମବେଦନ ଜଣାବା ସହିତ ସେନାର ନିଯୁକ୍ତି ପ୍ରକ୍ରିୟାକୁ ଉପରେ ପ୍ରଶ୍ନ ଉଠାଇଛନ୍ତି। ବିଜେପି ଏହି ଯୋଜନା ଉପରେ ଉଠୁଥିବା ପ୍ରଶ୍ନର ଉତ୍ତର ଦେବାକୁ ବିଫଳ ବୋଲି ରାହୁଲ କହିଛନ୍ତି।
ଏନେଇ ରାହୁଲ କହିଛନ୍ତି “ ଅନ୍ୟ ସହିଦଙ୍କୁ ଯେମିତି କ୍ଷତିପୂରଣ ମିଳୁଛି କଣ ଗୋହିଲ ଓ ଶୈଫତଙ୍କ ପରିବାରକୁ ସମୟରେ କ୍ଷତିପୂରଣ ମିଳିବ?” ଯୋଜନାର ପେନସନ ସ୍କିମ ଉପରେ ପ୍ରଶ୍ନ ଉଠାଇ ରାହୁଲ କହିଛନ୍ତି “ ଯଦିବା ସେନା ଓ ଅଗ୍ନିବୀରର ଦାୟିତ୍ୱ ଓ ତ୍ୟାଗ ସମାନ ତେବେ କାହିଁକି ଅଗ୍ନିବୀର ପରିବାର ପେନସନ ଓ ଅନ୍ୟ ସରକାରୀ ସୁବିଧା ପାରିପାରିବ ନାହିଁ? ସହିଦ ହେବା ପରେ ସେମାନଙ୍କ ପରିବାର ପ୍ରକାହିଁକି ଏପରି ଭେଦଭାବ? ”
ରାହୁଲ ଆହୁରି କହିଛନ୍ତି “ଅଗ୍ନିପଥ ଯୋଜନା ସେନା ପ୍ରତି ଅନ୍ୟାୟ ଏବଂ ଆମ ସାହସୀ ସୈନିକମାନଙ୍କ ଶହୀଦ ପ୍ରତି ଅପମାନ। ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଉତ୍ତର ଦେବା ଉଚିତ୍ ଯେ ଜଣେ ସୈନିକଙ୍କ ଜୀବନ ଅନ୍ୟ ଜଣେ ସୈନିକ ଜୀବନ ଅପେକ୍ଷା କାହିଁକି ଅଧିକ ମୂଲ୍ୟବାନ? ଏହି ଅନ୍ୟାୟ ପ୍ରତି ଆସନ୍ତୁ ଏକଜୁଟ ହେବା। ଦେସର ଯୁବ ବର୍ଗ ଓ ସେନାର ସୁରକ୍ଷିତ ଭବିଷ୍ୟତ ପାଇଁ ବିଜେପି ସରକାର ଅଗ୍ନିବୀର ଯଜୋନାକୁ ହଟାଇବା”