କଂଗ୍ରେସର ମେଗା ରାଲିରେ ଯୋଗ ଦେଲେନି ରାହୁଲ ଗାନ୍ଧୀ: କାହିଁକି ହଠାତ୍ ଫେରିଗଲେ ?

Published By : Prameya-News7 Bureau | April 21, 2024 IST

indiatoday

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ରାଞ୍ଚିରରେ ଆୟୋଜିତ କଂଗ୍ରେସର ମେଗା ରାଲିରେ ସାମିଲ୍ ହୋଇପାରିବେ ନାହିଁ ରାହୁଲ ଗାନ୍ଧୀ। ସେ ଅସୁସ୍ଥ ହେବା କାରଣରୁ ରାଲିରେ ଯୋଗ ଦେଇପାରିବେ ନାହିଁ ବୋଲି ଦଳ କହିଛି। କଂଗ୍ରେସ ନେତା ଜୟରାମ ରମେଶ ଏକ୍ସରେ ପୋଷ୍ଟ କରି ଏ ବିଷୟରେ ସୂଚନା ଦେଇଛନ୍ତି। 

ରାହୁଲଙ୍କ ସ୍ଥାନରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ଅନ୍ୟ ହେବି ୱେଟ୍ ନେତାମାନେ ଯୋଗ ଦେବେ ବୋଲି ଶ୍ରୀ ରେମେଶ କହିଛନ୍ତି। ସତାନରେ ଆୟୋଜିତ ଏକ ସଭା ସହ ରାଞ୍ଚିରେ ହେବାକୁ ଥିବ ମେଗା ରାଲିରେ ଯୋଗ ଦେବାକୁ ରାହୁଲ ଗନ୍ଧୀ ପ୍ରସ୍ତୁତି କରି ସାରିଥିଲେ। ହେଲେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀ ଫେରିଯିବାକୁ ପଡ଼ିଲା ବୋଲି ଶ୍ରୀ ରମେଶ କହିଛନ୍ତି।

ପଢ଼ନ୍ତୁ-‘ଚିଠି’ ସହ ପ୍ରମାଣ ଦେଲା ଆମ୍ ଆଦମୀ ପାର୍ଟି; ତିହାର ଜେଲରେ ନାହାନ୍ତି ମଧୁମେହ ସ୍ପେଶାଲିଷ୍ଟ୍

ଇଣ୍ଡିଆ ମେଣ୍ଟରେ ଏକାଧିକ ନେତା ଯଥା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନ, ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ଯାଦବ ରାଞ୍ଚିର ଉଲ୍‌ଗୁଲାନ ଓ ନ୍ୟାୟ ରାଲିରେ ଯୋଗ ଦେଇପାରନ୍ତି। ଏଥିସହିତ ଅରବିନ୍ଦ କେଜରିୱାଲ୍‌ଙ୍କ ପତ୍ନୀ ସୁନୀତା କେଜରିୱାଲ୍ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ର ହେମନ୍ତ ସୋରେନ୍‌ଙ୍କ ପତ୍ନୀ କଳ୍ପନା ସୋରେନ୍‌ ମଧ୍ୟ ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କେଜରିୱାଲ୍ ଓ ସୋରେନ୍‌ଙ୍କୁ ଗିରଫ  ବିରୋଧରେ ପ୍ରତିବାଦ କରିବା ଏହି ରାଲିର ମୁଖ୍ୟ ଉଦ୍ଦେଶ୍ୟ ରହିଛି। 

ଅପରାହ୍ନ ୩ଟା ବେଳେ ହୋଇଥିବା ଏହି ରାଲିରେ ପାଖାପାଖି ୫ ଲକ୍ଷ ଲୋକ ଯୋଗ ଦେବାର ଆକଳନ କରାଯାଇଛି। ରାଞ୍ଚିର ପ୍ରଭାତ ତାରା ପଡ଼ିଆରେ ରାଲି ଆୟୋଜିତ ହେବ। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଏହି ରାଲିର ଆୟୋଜନ କରିଛି। 

  • congress
  • Jharkhand
  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.