ଭାରତକୁ ଆସିବା ମାତ୍ରେ ବଢିଲା ଅଞ୍ଜୁଙ୍କ ଅଡୁଆ, ଗାଁ’ରେ ପ୍ରବେଶ ନିଷେଧ କଲେ ଗ୍ରାମବାସୀ

Published By : Prameya-News7 Bureau | November 30, 2023 IST

ନୂଆଦିଲ୍ଲୀ ୩୦।୧୧: ରାଜସ୍ଥାନର ଅଲୱାରରୁ ପାକିସ୍ତାନରେ ପହଞ୍ଚିଥିବା ଅଞ୍ଜୁ ୬ ମାସ ପରେ ଭାରତ ଫେରିଛନ୍ତି। ପାକିସ୍ତାନରେ ତାଙ୍କ ପ୍ରେମିକା ନସରୁଲ୍ଲାଙ୍କୁ ବିବାହ କରିଥିଲେ ଅଞ୍ଜୁ। ପରେ ସେ ତାଙ୍କ ନାମ ବଦଳାଇ ଫାତିମା ହୋଇଥିଲେ। ଅଞ୍ଜୁ ବୁଧବାର ସନ୍ଧ୍ୟାରେ ୱାଗା ସୀମା ଦେଇ ଭାରତରେ ପହଞ୍ଚିଥିଲେ। ଯେତେବେଳେ ଅଞ୍ଜୁ ଭାରତରେ ପହଞ୍ଚିଥିଲେ, ସେତେବେଳେ ତାଙ୍କ ଘରେ ଖୁସିର ବାତାବରଣ ନଥିଲା କିମ୍ବା ଗଣମାଧ୍ୟମ ସହ କଥାବାର୍ତ୍ତା କରିବାକୁ କେହି ପ୍ରସ୍ତୁତ ନୁହଁନ୍ତି । ଗାଁର ଲୋକମାନେ ଅଞ୍ଜୁଙ୍କ ଉପରେ ଏତେ ରାଗିଛନ୍ତି ଯେ ସେମାନେ ଅଞ୍ଜୁଙ୍କୁ ଗାଁ ଭିତରକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରିଛନ୍ତି।

ଅଞ୍ଜୁ ଗାଁର ଭୀର ସିଂ ଗୁରୁଜାର କହିଛନ୍ତି ଯେ ଆମେ ଟିଭିରୁ ସୂଚନା ପାଇଛୁ ଯେ ଅଞ୍ଜୁ ପାକିସ୍ତାନରୁ ଭାରତ ଫେରିଛନ୍ତି। ଯେପରି ଅଞ୍ଜୁ ମିଛ କହି ନିଜ ପରିବାର ଛାଡି ପାକିସ୍ତାନରେ ନସରୁଲ୍ଲାଙ୍କୁ ବିବାହ କରିଥିବା କଥା ଗ୍ରାମ ସଦସ୍ୟ ଭୁଲି ପାରି ନାହାଁନ୍ତି। ଏହି ୬ମାସ ମଧ୍ୟରେ ଅଞ୍ଜୁଙ୍କ ପରିବାର ସଦସ୍ୟଙ୍କ ସହ କ’ଣ ହୋଇଛି ତାହା କେବଳ ଆମେ ଜାଣୁ। ଗାଁରେ ଅଞ୍ଜୁଙ୍କ ପାଇଁ ବର୍ତ୍ତମାନ ସ୍ଥାନ ନାହିଁ। ଅଞ୍ଜୁଙ୍କୁ କୌଣସି ଉପାୟରେ ଗାଁ ଭିତରକୁ ଯିବାକୁ ଦେବୁ ନାହିଁ। ଯେତେବେଳେ ଅଞ୍ଜୁଙ୍କ ପିତା ତାଙ୍କ ଭାରତ ଆସିବା ବିଷୟରେ ପଚରାଗଲା, ସେ ଗଣମାଧ୍ୟମ ସହ କଥା ହେବାକୁ ମନା କରିଦେଇଥିଲେ।

ଅଞ୍ଜୁ ସ୍ଥାୟୀ ଭାବରେ ଭାରତ ଆସିଛନ୍ତି ନା ପାକିସ୍ତାନକୁ ପୁଣି ଫେରିବେ ସେନେଇ କୌଣସି ସୂଚନା ମିଳିନାହିଁ। ଆପଣଙ୍କୁ କହିରଖୁଛୁ ଯେ କିଛି ଦିନ ପୂର୍ବରୁ ପାକିସ୍ତାନୀ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ନସରୁଲ୍ଲା କହିଥିଲେ ଯେ ଅଞ୍ଜୁ ଭାରତ ଯାଉଛନ୍ତି ଏବଂ ସେ ନିଜ ପିଲାମାନଙ୍କୁ ଭେଟିବେ । ହେଲେ ଯଦି ପିଲାମାନେ ଅଞ୍ଜୁଙ୍କ ସହ ପାକିସ୍ତାନ ଆସିବାକୁ ଚାହାଁନ୍ତି, ତେବେ ସେମାନେ ଆସିପାରିବେ।

wp:embed {"url":"https://www.prameyanews7.com/us-charges-indian-man-nikhil-gupta-in-alleged-sikh-separatist-gurpatwant-singh/","type":"wp-embed","providerNameSlug":"prameya-news-7"}
https://www.prameyanews7.com/us-charges-indian-man-nikhil-gupta-in-alleged-sikh-separatist-gurpatwant-singh/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.