ସିମ୍ ବକ୍ସ ତନାଘନା : ରାଜୁ ମଣ୍ଡଳକୁ ଭୁବନେଶ୍ବରରେ ଭେଟିଥିଲା ଆଶାଦ୍ଦୁର ଜମାନ, ୨ ମାସ ଲୁଚି ରହିଥିଲା

Published By : Prameya-News7 Bureau | August 18, 2024 IST

ଭୁବନେଶ୍ବର ୧୮୫ ଦିନ ପାଇଁ ରିମାଣ୍ଡରେ ଗଲା ସିମ୍ ବକ୍ସ ଅଭିଯୁକ୍ତ ରାଜୁ ମଣ୍ଡଳ । ୧୪ ଦିନିଆ ଆବେଦନ କରିଥିବା ବେଳେ ୫ ଦିନ ରିମାଣ୍ଡ ପାଇଁ ପୋଲିସକୁ ଅନୁମତି ମିଳିଛି । ସିମ୍ ବକ୍ସ ଜବତ ଘଟଣାରେ ରାଜୁ ମଣ୍ଡଳକୁ ୫ ଦିନିଆ ରିମାଣ୍ଡରେ ନେଇ ଖୋଳତାଡ କରିବ କମିଶନରେଟ୍ ପୋଲିସ । ତାକୁ ରିମାଣ୍ଡରେ ଆଣି ପୋଲିସ ସିମ୍ ବକ୍ସ ଥିବା ଦୁଇଟି ସ୍ଥାନକୁ ଯିବ ବୋଲି ଜଣାପଡିଛି । ଗୋଟିଏ ଓଡ଼ିଶା ଆଉ ଗୋଟିଏ ରାଜ୍ୟ ବାହାରେ ଥିବା ନେଇ ସୂଚନା ରହିଛି । ଘଟଣାର ତଦନ୍ତ ପାଇଁ NIA ଓ IB ଭୁବନେଶ୍ୱର ଆସୁଥିବା ସୂଚନା ମିଳିଛି । 

ସିମ୍ ବକ୍ସର ମାଷ୍ଟର ମାଇଣ୍ଡ ବାଂଲାଦେଶୀ ମାଷ୍ଟରମାଇଣ୍ଡ ଆଶାଦ୍ଦୁର ଜମାନକୁ ଗିରଫ କରିବା ପାଇଁ ଇଣ୍ଟରପୋଲ ସହାୟତା ନେବ କମିଶନରେଟ୍ ପୋଲିସ । ଏନେଇ ସିବିଆଇ ଏବଂ ଗୃହ ମନ୍ତ୍ରଣାଳୟକୁ ବିସ୍ତୃତ ରିପୋର୍ଟ ଦେଲା ପୋଲିସ । NIA ଏବଂ IB କମିଶନରେଟ୍ ପୋଲିସକୁ ତଦନ୍ତରେ ସହାୟତା କରିବ ବୋଲି ସୂଚନା ମିଳିଛି । 

୬ ମାସ ଧରି ଭଡ଼ାରେ ରହୁଥିବା ରାଜୁ ମଣ୍ଡଳ ପାଇଁ ଓଡ଼ିଶାକୁ ଆସିଥିଲା ବାଂଲାଦେଶୀ ମାଷ୍ଟରମାଇଣ୍ଡ । ଦୁଇ ମାସ ଧରି ଭୁବନେଶ୍ୱରର ଲିଙ୍ଗରାଜ ହୋଟେଲରେ ଲୁଚି ରହିଥିଲା । ଏନେଇ କିଭଳି କମିଶନରେଟ୍ ପୋଲିସ ଜାଣିପାରିଲା ନାହିଁ ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେ ଚାନ୍ଦିପୁରର ଡିଆରଡିଓ, ପାରାଦୀପ ପୋର୍ଟ ଓ ଅନେକ ଭୁବନେଶ୍ୱର ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ତଥ୍ୟ ନେଇଥିବା ସୂଚନା । ଏନେଇ ଏହି ଦିଗରେ ତଦନ୍ତ କରୁଛି ଏନଆଇଏ, ଆଇବି ଏବଂ କମିଶନରେଟ୍ ପୋଲିସ । ରିମାଣ୍ଡ ସମୟର ଆଶାଦ୍ଦୁର ଜମାନ ସମ୍ପର୍କରେ ଅନେକ ତଥ୍ୟ ଓଗାଳିଛି ରାଜୁ ମଣ୍ଡଳ । ଏହି ଘଟଣା ପରେ ଆଲର୍ଟରେ ସୁରକ୍ଷା ବିଭାଗ । ଟାର୍ଗେଟରେ ଆଶାଦ୍ଦୁର ଜମାନ କେବେ ଧରାପଡୁଛି ? କେଉଁ ପାକିସ୍ତାନୀ ଆତଙ୍କବାଦୀ ସଂସ୍ଥାର ଏହି କାମ ତାହା ଜଣାପଡିବ ।

You Can Read:

ଧାନ ରୋଇବା ବେଳେ ଖସିଲା ବଜ୍ର : ଜଣେ ମୃତ, ୪ ଆହତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.