OCA ଟିମ୍ ଚୟନ କମିଟି ବିରୁଦ୍ଧରେ ଅଭିଯୋଗ, ରଣଜୀ ଖେଳାଳି ସୂର୍ଯ୍ୟକାନ୍ତ କହିଲେ- ଭଲ ଫର୍ମରେ ଥାଇ ବି କଟିଛି ନାଁ

Published By : Prameya-News7 Bureau | December 08, 2024 IST

କଟକ ୮।୧୨: ଓଡ଼ିଶା କ୍ରିକେଟ୍ ଆସୋସିଏସନର ଟିମ୍ ଚୟନ କମିଟି ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ରଣଜୀ ଖେଳାଳି ସୂର୍ଯ୍ୟକାନ୍ତ ପ୍ରଧାନ । ବିଗତ ସିଜିନ ମାନଙ୍କରେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ ଓ ବର୍ତ୍ତମାନ ଭଲ ଫର୍ମରେ ଥାଇ ମଧ୍ୟ ବିଜୟ ହଜାରେ ଟ୍ରଫି ପାଇଁ ତାଙ୍କୁ ଦଳରେ ନିଆନଯାଇଥିବା ଅଭିଯୋଗ ଆଣିଛନ୍ତି । ଚୟନ ସମୟରେ ଅନେକ ପାତରଅନ୍ତର କରାଯିବା ସହ ଜାଣିଶୁଣି ତାଙ୍କୁ ଦଳରେ ସାମିଲ କରାଯାଇନଥିବା ଅଭିଯୋଗ କରିଛନ୍ତି । ଏନେଇ ଓସିଏ ସମ୍ପାଦକଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ରଣଜୀ ଖେଳାଳି ସୂର୍ଯ୍ୟକାନ୍ତ ପ୍ରଧାନ କହିଛନ୍ତି ।


You Can Read:

ବିଡ଼ାନାସୀରେ ଡ୍ରେନ୍ କାମ ବେଳେ ଭୁଶୁଡ଼ିଲା ପାଚେରୀ : ଜଣେ ଶ୍ରମିକ ମୃତ, ଜଣେ ଗୁରୁତର

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.