ଅଚଳ ନୁହେଁ ୨୦୦୦ ଟଙ୍କିଆ ନୋଟ୍, କେବଳ ଫେରାଇ ନିଆଯାଉଛି; କହିଲେ ଆରବିଆଇ ଗଭର୍ଣ୍ଣର

Published By : Prameya-News7 Bureau | May 22, 2023 IST

ନୂଆଦିଲ୍ଲୀ: ଅଚଳ ନୁହେଁ ୨୦୦୦ ଟଙ୍କିଆ । ନୋଟ୍ ବନ୍ଦର ହେବାର ବି କୌଣସି ସୂଚନା ଦିଆଯାଇନାହିଁ । ‘କ୍ଲିନ୍ ନୋଟ୍ ପଲିସି’ ଆଧରରେ କେବଳ ନୋଟକୁ ଫେରାଇ ନିଆଯାଉଛି । ବଜାରରୁ ସମସ୍ତ ୨୦୦୦ ଟଙ୍କିଆ ନୋଟକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଫେରାଇ ନେବାକୁ ପ୍ଲାନ୍ କରିଛି । ତେଣୁ ମିଛ ପ୍ରଚାରରୁ ଦୂରେଇ ରୁହନ୍ତୁ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ନୋଟ୍ ଫେରାଇ ନେବାର ସମୟ ସୀମାରେ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରହିଛି ।  କିଛି ଦିନର ବ୍ୟବଧାନରେ ଆରବିଆଇ କୌଣସି ଏକ ନୋଟ୍ ସିରିଜ ବାହାର କରିଦିଏ ଏବଂ ଏହି ସ୍ଥାନରେ ଅନ୍ୟ ନୋଟ୍‌ ଜାରି କରିଥାଏ ।

wp:html /wp:html

ଗଭର୍ଣ୍ଣରଙ୍କ ସୂଚନା ମୁତାବକ, ଆରବିଆଇ ଆକ୍ଟର ଧାରା-୨୭ ଅନୁଯାୟୀ, ଯେଉଁ ନୋଟ୍ ଖରାପ ହୋଇଯାଇ ଥାଏ ତାକୁ ରିଜର୍ଭ ବ୍ୟାଙ୍କ୍ ପୁଣି ଥରେ ଜାରି କରିବ ନାହିଁ । ଅନ୍ୟପଟେ ନୋଟ୍ ବନ୍ଦୀର କଠିନ ସମୟରେ ନଗଦ ସମସ୍ୟାକୁ ପୂରଣ କରିବାକୁ ୨୦୦୦ ଟଙ୍କିଆ ନୋଟକୁ ବଜାରକୁ ଛଡ଼ାଯାଇଥିଲା । ଏହି ନୋଟ୍‌କୁ ଫେରାଇ ନେବାର ନିଷ୍ପତ୍ତି ମୁଦ୍ରା ପ୍ରବନ୍ଧନର କ୍ଷମତା ଭିତରେ ଆସୁଛି । ତେଣୁ ଏହି ନୋଟ୍‌କୁ ଆରବିଆଇ ଫେରାଇ ନେଉଛି ।

wp:html /wp:html

ଶକ୍ତିକାନ୍ତ ଦାସ କହିଛନ୍ତି, ୨୦୦୦ ଟଙ୍କିଆ ବଦଳାଇବାକୁ ଜରୁରୀ ବ୍ୟବସ୍ଥା କରାଯାଇଛି । ଆସନ୍ତା ସେପ୍ଟେମ୍ବର ସୁଧା ଅଧିକରୁ ଅଧିକ ନୋଟ୍ ଫେରାଇ ନେବାକୁ ଆରବିଆଇ ଚେଷ୍ଟା ଚଳାଇଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟକୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି । ଯେଉଁ ମାନଙ୍କ ପାଖରେ ଏହି ନୋଟ୍ ରହିଛି ଆସନ୍ତା ମେ’ ୨୩ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ୟାଙ୍କରେ ବିନା କୌଣସି ପ୍ରମାଣପତ୍ରରେ ବଦଳାଇ ପାରିବେ । ସେହିପରି ଆରବିଆଇର ଆଞ୍ଚଳିକ ଶାଖାରେ ପରିବର୍ତ୍ତନ କରିପାରିବେ । ଜଣେ ଲୋକ ଥରକେ ୧୦ଟି ନୋଟ୍ ବା ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ନୋଟ୍ ବଦଳାଇ ପାରିବେ । ଆସନ୍ତାକାଲି ଠାରୁ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ପ୍ରକ୍ରିୟା ଆରମ୍ଭ ହେବ । ତେଣୁ ବ୍ୟାଙ୍କରେ ଭିଡ଼ ନଜମାଇବାକୁ ଆରବିଆଇ ଗଭର୍ଣ୍ଣର ଅପିଲ୍ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.