୫ଜି ଷ୍ଟାଣ୍ଡ୍‌ ଏଲୋନ ଟେକ୍ନୋଲୋଜିକୁ ରିଲାଏନ୍ସ ଜିଓର ପ୍ରାଧାନ୍ୟ, ବିଶ୍ୱରେ ଭାରତ ହେଲା ଅଗ୍ରଣୀ

Published By : Prameya-News7 Bureau | February 24, 2025 IST

ନୂଆଦିଲ୍ଲୀ: ୫ଜି ଷ୍ଟାଣ୍ଡାଲୋନ (ଏସଏ) ନେଟୱାର୍କ ସ୍ଥାପନରେ ଭାରତ, ଆମେରିକା ଓ ୟୁରୋପକୁ ପଛରେ ପକାଇଛି। ବଡ଼ କଥା ହେଲା ଭାରତକୁ ଏହି ରେକର୍ଡ ହାସଲ କରିବାରେ ରିଲାଏନ୍ସ ଜିଓର ପ୍ରମୁଖ ଭୂମିକା ରହିଛି। ଟେଲିକମ କ୍ଷେତ୍ରର ଅନୁଶୀଳନକାରୀ ସଂସ୍ଥା ଓକଲାର ସଦ୍ୟତମ ରିପୋର୍ଟ ଅନୁଯାୟୀ, ୫୨ ପ୍ରତିଶତ ୫ଜି ଷ୍ଟାଣ୍ଡାଲୋନ ଉପଲବ୍ଧତା ସହ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଚୀନ ୮୦ ପ୍ରତିଶତ ଉପଲବ୍ଧତା ଉପଲବ୍ଧତା ସହ ଏହି ତାଲିକାରେ ଶୀର୍ଷରେ ରହିଛି।  

ଯେତେବେଳେକି ୟୁରୋପରେ ଏହି ସଂଖ୍ୟା ମାତ୍ର ୧ ପ୍ରତିଶତ ରହିଛି। ଯାହା ଭାରତର ଦ୍ରୁତ ଅଗ୍ରଗତିକୁ ଦର୍ଶାଉଛି। ରିପୋର୍ଟ ଅନୁଯାୟୀ, ଭାରତରେ ୫ଜି ଷ୍ଟାଣ୍ଡାଲୋନ ନେଟୱାର୍କର ବ୍ୟାପକ ଉପଲବ୍ଧତା ପଛରେ ରହିଛି ଜିଓର ଦ୍ରୁତ ୫ଜି ନେଟୱାର୍କ ସମ୍ପ୍ରସାରଣ ଏବଂ ୭୦୦ ମେଗାହର୍ଟଜ ସ୍ପେକ୍ଟ୍ରମର ବ୍ୟାପକ ବ୍ୟବହାର। ଏହି ଲୋ-ବ୍ୟାଣ୍ଡ୍ ସ୍ପେକ୍ଟ୍ରମ୍ ସମଗ୍ର ଦେଶରେ ପ୍ରଭାବଶାଳୀ ଏବଂ ନିର୍ଭରଯୋଗ୍ୟ କଭରେଜ୍ ସୁନିଶ୍ଚିତ କରିଛି, ଯାହା ଗ୍ରାମାଞ୍ଚଳ ତଥା ସୁଦୂର ଅଞ୍ଚଳରେ ମଧ୍ୟ ୫ଜି ଉପଲବ୍ଧତାକୁ ସୁନିଶ୍ଚିତ କରିଛି।

ଭାରତ ୫ଜି ଷ୍ଟାଣ୍ଡାଲୋନ ଡାଉନଲୋଡ୍ ସ୍ପିଡରେ ମଧ୍ୟ ଆଗରେ ରହିଛି, ଯେଉଁଠାରେ ଜିଓ ସହାୟତାରେ ହାରାହାରି ସ୍ପିଡ ୨୬୦.୭୧ ଏମବିପିଏସରେ ପହଞ୍ଚିଛି। ଏହାର ତୁଳନାରେ, ଚୀନରେ ୨୨୪.୮୨ ଏମବିପିଏସ ଏବଂ ଜାପାନରେ ୨୫୪.୧୮ ଏମବିପିଏସ ସ୍ପିଡ ରେକର୍ଡ କରାଯାଇଥିବାବେଳେ ୟୁରୋପରେ ଏହା ମାତ୍ର ୨୨୧.୧୭ ଏମବିପିଏସ ରହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଭାରତୀୟ ୫ଜି ଷ୍ଟାଣ୍ଡାଲୋନ ନେଟୱାର୍କ ବିସ୍ତାରର ଦ୍ରୁତ ଗତିର ଶ୍ରେୟ ଟେଲିକମ୍ ଅପରେଟରଙ୍କ ଦ୍ୱାରା କରାଯାଇଥିବା ପୁଞ୍ଜିନିବେଶକୁ ଦିଆଯାଇଥିବା ବେଳେ, ଏଥିରେ ଜିଓ ସବୁଠାରୁ ଆଗରେ ରହିଛି। କମ୍ପାନୀର ଅଲ-ଆଇପି ନେଟୱାର୍କ ଏବଂ ଉନ୍ନତ ଟେକ୍ନୋଲୋଜି ଇକୋସିଷ୍ଟମ୍ ଭାରତକୁ ବିଶ୍ୱ ସ୍ତରରେ ୫ଜି ପ୍ରତିଦ୍ବନ୍ଦିତାରେ ଏକ ସଶକ୍ତ ପ୍ରତିଦ୍ବନ୍ଦୀ ଭାବରେ ଉପସ୍ଥାପିତ କରିଛି।

ଓକଲା ରିପୋର୍ଟ ସ୍ପଷ୍ଟ ଭାବେ ଦର୍ଶାଇଛି ଯେ ରିଲାଏନ୍ସ ଜିଓ ୫ଜି ଷ୍ଟାଣ୍ଡାଲୋନ ଯୁଗରେ ଭାରତକୁ ଅଗ୍ରଣୀ ସ୍ଥାନ ହାସଲରେ ପ୍ରମୁଖ ଭୂମିକା ନେଇଛି, ଯାହାଦ୍ୱାରା ଦେଶ ଡିଜିଟାଲ ବିପ୍ଳବରେ ଏକ ନୂତନ ଅଧ୍ୟାୟ ଯୋଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.