ରାଜନୀତିରୁ ମୁକ୍ତ ହେବେ ଗୌତମ ଗମ୍ଭୀର; ପିଏମ୍ ମୋଦିଙ୍କୁ ଜଣାଇଲେ ଧନ୍ୟବାଦ

Published By : Prameya-News7 Bureau | March 02, 2024 IST

ଦିଲ୍ଲୀ: ରାଜନୀତିରୁ ସନ୍ୟାସ ନେବେ ଗୌତମ ଗମ୍ଭୀର । ଏଭଳି କିଛି ଘୋଷଣା କରିବାକୁ ଯାଉଛନ୍ତି ପୂର୍ବ-ଦିଲ୍ଲୀର ଲୋକସଭା ସାଂସଦ । ଗମ୍ଭୀର ରାଜନୀତିରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଏକ ପତ୍ର ଲେଖି ରାଜନୈତିକ କାର୍ଯ୍ୟକ୍ରମରୁ ମୁକ୍ତ କରିବାରୁ ଅନୁରୋଧ କରିଛନ୍ତି । ଏନେଇ ସେ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ସେ ଆଗମୀ ଲୋକସଭା ନିର୍ବାଚନ ଲଢିବେ ନାହିଁ । ଏହା ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

wp:html /wp:html

ପୂର୍ବ-ଦିଲ୍ଲୀରୁ ଲୋକସଭା ସାଂସଦ ଅଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଆଗାମୀ କ୍ରିକେଟ୍ ଚୁକ୍ତି ଉପରେ ସେ ଅଧିକ ଫୋକସ୍ କରିବାକୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଏକ୍ସରେ ଲେଖିଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ସୋସିଆଲ୍ ମିଡିଆରେ ଗମ୍ଭୀରଙ୍କର ଏହି ପୋଷ୍ଟ ଚାଞ୍ଚଲ୍ୟ ଖେଳାଇ ଦେଇଛି । ରାଜନୀତିରୁ ଦୂରେଇ ଯିବାକୁ ଚାହୁଁଛନ୍ତି ଗୌତମ ଗମ୍ଭୀର । ତେଣୁ ରାଜନୈତିକ କାର୍ଯ୍ୟକ୍ରମରୁ ତାଙ୍କୁ ସ୍ବାଧୀନ କରିବାକୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଚିଠି ଲେଖିଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଧନ୍ୟବାଦ ଜଣାବା ସହିତ ଦେଶବାସୀଙ୍କୁ ଜୟହିନ୍ଦ୍ କହିଛନ୍ତି ।

wp:html /wp:html

ଗୌତମ୍ ଗମ୍ଭୀର ୨୦୧୮ ଡିସେମ୍ବର ମାସରେ କ୍ରିକେଟରୁ ସନ୍ୟାସ ନେଇ ରାଜନୀତିରେ ଏଣ୍ଟ୍ରି ମାରିଥିଲେ । ସେ ୨୦୧୯ ମାର୍ଚ୍ଚ ୨୨ ତାରିଖରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍ ହୋଇଥିଲେ । ଏହାପରେ ଭାରତୀୟ ଜନତା ପାର୍ଟି ତାଙ୍କୁ ରାଜନୀତିରେ ଓପନିଂ କରାଇଥିଲା । ୨୦୧୯ ଲୋକସଭା ନିର୍ବାଚନରେ ପୂର୍ବ-ଦିଲ୍ଲୀରୁ ବିଜେପି ଟିକେଟରେ ସାଂସଦ ପ୍ରାର୍ଥୀ ଭାବେ ଛିଡ଼ା ହୋଇ ଡେବ୍ୟୁ ମ୍ୟାଚରେ ବିଜୟୀ ହୋଇଥିଲେ ଗମ୍ଭୀର ।  

ଗୌତମ ଗମ୍ଭୀର ଦିଲ୍ଲୀ ଇଷ୍ଟରୁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଆପ୍ ପ୍ରାର୍ଥୀ ଆତିଶି ମାର୍ଲେନାଙ ଏବଂ କଂଗ୍ରେସ ପ୍ରାର୍ଥୀ  ଅରବିନ୍ଦ୍ରର ସିଂହଙ୍କୁ ୩,୯୧,୨୨୨ ଭୋଟରେ ପରାସ୍ତ କରିଥିଲେ । ଗୌତମ ଗମ୍ଭୀରଙ୍କୁ ୭ ଲକ୍ଷ ଭୋଟ୍ ମିଳିଥିବା ବେଳେ ଦ୍ବିତୀୟ ସ୍ଥାନରେ ଥିବା  ଅରବିନ୍ଦ୍ରର ସିଂହଙ୍କୁ ପ୍ରାୟ ୩ ଲକ୍ଷ ଭୋଟ୍ ମିଳିଥିଲା । ସେହିପରି ଆପ୍ ପ୍ରାର୍ଥୀ ଆତିଶିଙ୍କୁ ୨ ଲକ୍ଷ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ତେବେ ନିର୍ବାଚନ ବେଳେ ଗୌତମ୍ ଗମ୍ଭୀରଙ୍କ ରାଜନୀତିରୁ ସନ୍ୟାସ ନିଷ୍ପତ୍ତି ସମସ୍ତ ଚକିତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.