ନୂଆଦିଲ୍ଲୀ: ଟ୍ୟାକ୍ସ କମିବା ପରେ ଋଣ ମଧ୍ୟ କମିଲା । ବ୍ୟାଙ୍କ ଗ୍ରାହକ ପାଇଁ ଡବଲ ଧମାକା । ମୋଦି ୩.O ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟରେ ଆୟକର ହ୍ରାସ ହୋଇଥିଲା । ଏବେ ରେପୋ ରେଟ୍ କମିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଋଣଧାରୀଙ୍କୁ ବଡ଼ ତୋଫା ଦେଇଛି । ଦୀର୍ଘ ପାଞ୍ଚ ବର୍ଷ ପରେ ରେପୋ ରେଟ୍ ହ୍ରାସ ହୋଇଛି । ଆରବିଆଇ ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ କମାଇ ୬.୨୫ ପ୍ରତିଶତ କରିଛି । ଏହା ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୨୦ରେ ରେପୋ ରେଟ୍ ହ୍ରାସ କରିଥିଲା । ମାତ୍ର ଏହା ପରେ ଧୀରେ ଧୀରେ ଏହାକୁ ବଢ଼ାଇ ୬.୫ ପ୍ରତିଶତ କରିଛି । ଶେଷ ଥର ପାଇଁ ରେପୋ ରେଟ୍ ୨୦୨୩ ଫେବ୍ରୁଆରୀ ମାସରେ ହୋଇଥିଲା ।
#WATCH | Making a statement on Monetary Policy, RBI Governor Sanjay Malhotra says, "Reserve Bank has been taking various measures to enhance digital security in the banking and payments system. The introduction of an additional factor of authentication for digital payments is one… pic.twitter.com/gNCkc4U0gh
— ANI (@ANI) February 7, 2025
ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନ ଧରି ଚାଲିଥିଲା ମନିଟାରୀ ପଲିସି କମିଟି ବୈଠକରେ ରେପୋ ରେଟ୍ ହ୍ରାସ ନେଇ ନିଷ୍ପତ୍ତି ନିଆଯାଇଛି । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି, ବୈଠକରେ ଅର୍ଥନୈତିକ ବିକାଶକୁ ବେଶ୍ ଗୁରୁତ୍ବ ଦିଆଯାଇଥିଲା । ଚର୍ଚ୍ଚା ପରେ ସମସ୍ତ ସଦସ୍ୟଙ୍କ ସର୍ବସମ୍ମତି କ୍ରମେ ରେପୋ ରେଟ୍ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ରେପୋ ରେଟ୍ ୬.୫୦ ପ୍ରତିଶତ ରହିଥିବା ବେଳେ ଏହାକୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୬.୨୫ ପ୍ରତିଶତ କରାଯାଇଛି । ଏହା ଦ୍ବାରା ଋଣ ଗ୍ରାହକଙ୍କୁ ଆଶ୍ବସ୍ତି ମିଳିଛି । ଘର କିମ୍ବା ଗାଡ଼ି ଋଣ ଶସ୍ତା ହେବ । ସେହିପରି ଇଏମଆଇ ମଧ୍ୟ କମିବ ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି ।