ଚର୍ଚ୍ଚା, ଆଲୋଚନା ଭିତରେ ମୁହଁ ଖୋଲିଲେ ରୋହିତ, କହିଲେ ଏମିତି...

Published By : Prameya-News7 Bureau | January 04, 2025 IST

ନୂଆଦିଲ୍ଲୀ ୦୪/୦୧: ଚର୍ଚ୍ଚା, ଆଲୋଚନା ଭିତରେ ମୁହଁ ଖୋଲିଲେ କ୍ୟାପଟେନ୍ ରୋହିତ ଶର୍ମା । ସିଡନୀ ଟେଷ୍ଟ ନଖେଳିବା ନେଇ ମୁହଁ ଖୋଲିଛନ୍ତି ରୋହିତ । କହିଛନ୍ତି ଦଳର ହିତ ଦୃଷ୍ଟିରୁ ମୁଁ ନେଇଛି ବଡ଼ ନିଷ୍ପତ୍ତି । ହେଲେ ଏବେ ମୁଁ ସନ୍ନ୍ୟାସ ନେଉନାହିଁ, ଗୋଟିଏ ମ୍ୟାଚ୍‌ରୁ ନେଇଛି ବିଶ୍ରାମ ।

ସୂଚନା ଥାଉକି, ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟ ନଖେଳିବା ନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି ରୋହିତ ଶର୍ମା । କହିଛନ୍ତି, ସେ ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇନାହାନ୍ତି । କେବଳ ଗୋଟିଏ ମ୍ୟାଚ୍‌ ପାଇଁ ସେ ବିଶ୍ରାମ ନେଇଛନ୍ତି । ସିଡନୀ ଟେଷ୍ଟ ନଖେଳିବା, ତାଙ୍କ ନିଜସ୍ୱ ନିଷ୍ପତ୍ତି ବୋଲି କହିଛନ୍ତି ରୋହିତ । ଦଳର ହିତ ପାଇଁ ଏପରି ଏକ ବଡ଼ ନିଷ୍ପତ୍ତି ନେଇଥିବା ରୋହିତ ଶର୍ମା କହିଛନ୍ତି । ଏବେ ସେ କ୍ରିକେଟ୍ ଛାଡି ଯାଉନାହାନ୍ତି ବୋଲି କହିଛନ୍ତି ରୋହିତ ଶର୍ମା । 

ପୁଣିଥରେ ପରିଶ୍ରମ କରି କମ୍‌ବ୍ୟାକ୍ କରିବେ । ଏବେ ରନ୍‌ ଆସୁନାହିଁ ହେଲେ ୫ ମାସ ପରେ ରନ୍‌ ଆସିବ ନାହିଁ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ଷ୍ଟାର ସ୍ପୋର୍ଟସ୍‌କୁ ସାକ୍ଷାତକାର ଦେଇ କହିଛନ୍ତି ରୋହିତ ଶର୍ମା । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ଖେଳିନଥିଲେ ରୋହିତ । ଏହାପରେ ଖେଳିଥିବା ତିନିଟି ଟେଷ୍ଟରେ ରୋହିତଙ୍କ ବ୍ୟାଟ୍ ଚାଲିନଥିଲା । 

ଫଳରେ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା ରୋହିତଙ୍କୁ । ଏହା ପରେ ଶେଷ ଟେଷ୍ଟ ମ୍ୟାଚ୍ ଖେଳୁନାହାନ୍ତି ରୋହିତ । ଶେଷ ଟେଷ୍ଟରୁ ଅଧିନାୟକ ରୋହିତ ବାଦ୍ ପଡ଼ିବା ପରେ ତାଙ୍କ ଟେଷ୍ଟ କ୍ୟାରିୟର ଶେଷ ହୋଇଯାଇଛି ବୋଲି ଚର୍ଚ୍ଚା ହେଉଥିଲା । ଏହାରି ଭିତରେ ଆଜି ରୋହିତ ଶର୍ମା ମୁହଁ ଖୋଲିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.