ଦେବଦୂତ ସାଜି ଆସିଲେ,ମୃତ୍ୟୁମୁଖରୁ ଟାଣିଆଣିଲେ

Published By : Prameya-News7 Bureau | June 14, 2024 IST

କଟକ ୧୪/୬: ଦେବଦୂତ ସାଜିଲେ RPF କନେଷ୍ଟବଳ। ଚଳନ୍ତା ଟ୍ରେନ ତଳୁ ଟାଣିଆଣିଲେ ।ମରଣ ମୁହଁରୁ ବଞ୍ଚିଗଲା ଜୀବନ ।RPF କନେଷ୍ଟବଳଙ୍କ ସାହସିକତାକୁ ସବୁଠି ପ୍ରଶଂସା । କଟକ ଷ୍ଟେସନରେ ଜଣେ ଯାତ୍ରୀଙ୍କୁ ମୃତ୍ୟୁ ମୁହଁରୁ ଉଦ୍ଧାର କରି ସାବାସି ପାଉଛନ୍ତି  RPF କନେଷ୍ଟବଳ ରମେଶ ଚନ୍ଦ୍ର ବେହେରା । 

ଘଟଣା ଥିଲା କିଛି ଏମିତି । ଦେବୃଗଡ କନ୍ୟାକୁମାରୀ ଏକ୍ସପ୍ରେସରେ ପଶ୍ଚିମବଙ୍ଗର ଜୁଏଲ ହୁସେନ ଆସୁଥିଲେ । କଟକ ଷ୍ଟେସନରେ ଅଟକିଥିଲା ଟ୍ରେନ । ଏହି ସମୟରେ ଜୁଏଲ କିଛି ସାମଗ୍ରୀ କିଣିବାକୁ ଟ୍ରେନରୁ ଓହ୍ଲାଇଥିଲେ । ହଠାତ ଟ୍ରେନ ଛାଡିଦେବାରୁ ସେ ଦୌଡି ଦୌଡି ଟ୍ରେନରେ ଚଢିବାକୁ ଉଦ୍ୟମ କରି ଖସିପଡିଥିଲେ । ସୌଭାଗ୍ୟବଶତଃ ସେଠାରେ ଡ୍ୟୁଟିରେ ଥିବା RPF କନେଷ୍ଟବଳ ରମେଶ ଚନ୍ଦ୍ର ବେହେରା ଦୌଡି ଯାଇ ଜୁଏଲଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ବେଳର ଭିଜୁଆଲ  ସିସିଟିଭିରେ କଏଦ ହୋଇଛି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.