ଋଷର ମୁନ୍ ମିଶନ୍ ‘ଲୁନା-୨୫ରେ ଯାନ୍ତ୍ରିକ ତ୍ରୁଟି, ଏହାର ଅବତରଣ ନେଇ ଆଶଙ୍କା ସୃଷ୍ଟି

Published By : Prameya-News7 Bureau | August 20, 2023 IST

ନୂଆଦିଲ୍ଲୀ 20/08 : ଋଷର ମୁନ୍ ମିଶନ୍ ‘ଲୁନା-୨୫ରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଚନ୍ଦ୍ରପୃଷ୍ଠରେ ଏହାର ଅବତରଣ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଲୁନା-୨୫ ଅଟୋମେଟିକ୍ ଅନବୋର୍ଡ କଂପ୍ୟୁଟରରେ ଜରୁରୀକାଳୀନ ସ୍ଥିତି ଦେଖାଦେଇଛି ବୋଲି ଋଷ ମହାକାଶ ଏଜେନ୍ସି ‘ରସକସମସ୍’ ସୂଚନା ଦେଇଛି ।

 ରସକସମସ୍ ସୂଚନା ମୁତାବକ, ଲ୍ୟାଣ୍ଡର ‘ପ୍ରୋବ୍ ’କୁ ପ୍ରାକ୍ ଅବତରଣକାଳୀନ କକ୍ଷପଥକୁ ପରିବର୍ତ୍ତନ କରିବା ଲାଗି ‘ଥ୍ରଷ୍ଟ୍ ’କୁ ରିଲିଜ୍ କରାଯାଇଥିଲା। ଏଭଳି କରାଯିବା ବେଳେ ‘ଅଟୋମେଟିକ୍ ଷ୍ଟେସନ୍ ’ର ବୋର୍ଡରେ ଅସ୍ୱାଭାବିକ ଅବସ୍ଥା ସୃଷ୍ଟି ହୋଇଥିଲା। ଫଳରେ ନିର୍ଦ୍ଧାରିତ ସମୟରେ କକ୍ଷପଥ ପରିବର୍ତ୍ତନ କରାଯାଇ ପାରିନାହିଁ। ଏହି ଅସୁବିଧା ଯୋଗୁଁ ‘ଲୁନା-୨୫’ର ଚନ୍ଦ୍ରାବତରଣରେ ବିଳମ୍ବ ହେବ କି, ନାହିଁ, ସେ ବିଷୟରେ ରସକସମସ୍ କିଛି କହିନାହିଁ। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ, ସୋମବାର ଦିନ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ‘ବୋଗସ୍ ଲସ୍କାଏ’ ନିକଟରେ ଏହା ଅବତରଣ କରିବା କଥା।

{"id":833199,"width":844,"height":580,"sizeSlug":"full","linkDestination":"none"}

ଋଷର ସ୍ପେସ୍ ଏଜେନ୍ସି କକ୍ଷପଥ ପରିବର୍ତ୍ତନ କରିବାକୁ ସ୍ଥିର ଯୋଜନା କରିଥିଲା। ତାଙ୍କ କହିବାଅନୁସାରେ, ଲୁନା -25 ରେ ଏକ ଅନବୋର୍ଡ କମ୍ପ୍ୟୁଟର ସ୍ଥାପିତ ହୋଇଛି। ଯାହା ସ୍ୱୟଂଚାଳିତ ଭାବରେ ଏହାର କକ୍ଷପଥ ଚୟନ କରେ ।  କେଉଁ ଉଚ୍ଚତାରେ ତାଙ୍କୁ କେଉଁ ସମୟରେ ଯିବାକୁ ପଡିବ, ସେ ଖୋଜି ଦିଅନ୍ତି। ସେହି ହିସାବରେ ସେ କାମ କରେ। କିନ୍ତୁ ଏହି ସ୍ୱୟଂଚାଳିତ ଅନବୋର୍ଡ କମ୍ପ୍ୟୁଟରରେ ତ୍ରୁଟି ଦେଖାଦେଇଥିଲା। ଯାହାର ଏବେ ଯାଞ୍ଚ୍ କରାଯାଉଛି। 

ରୁଷର ପୂର୍ବରେ ଥିବା ଭୋସ୍ତୋଚନ୍ କସ୍ମୋଡ୍ରୋମରୁ 11 ଅଗଷ୍ଟରେ ଲୁନା -25 କୁ ବିନା କୌଣସି ତ୍ରୁଟିରେ ଲଞ୍ଚ୍  କରାଯାଇଥିଲା। ଭାରତର ମୁନ୍‌ ମିସନ ‘ଚନ୍ଦ୍ରାୟନ-୩’ ଲ୍ୟାଣ୍ଡ ହେବା ପୂର୍ବରୁ ଲୁନା-୨୫ ଲ୍ୟାଣ୍ଡ ହେବା ନେଇ ଲକ୍ଷ ଧାର୍ଯ୍ୟ କରିଥିଲା ରୁଷିଆ । ହେଲେ ଏଥିରେ ସାମାନ୍ୟ ତ୍ରୁଟି ଦେଖାଯିବା ପରେ ଲୁନା-୨୫ର ଲ୍ୟାଣ୍ଡିଂକୁ ନେଇ କିଛି ସ୍ପଷ୍ଟ ସୂଚନା ଦେଇନାହିଁ ରସକସ୍‌ମସ୍‌ ।

Also Read- ଜହ୍ନ ଆଉ ଅଳ୍ପ ବାଟ, ଚନ୍ଦ୍ରଠାରୁ ଏବେ ୨୫ କିମି ଦୂରରେ ଚନ୍ଦ୍ରଯାନ-୩

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.