ଦିଲ୍ଲୀ ନାବାଳିକା ହତ୍ୟା ଘଟଣା, ହିନ୍ଦୁ ପରିଚୟ ଦେଇ ପ୍ରେମ କରୁଥିଲା ଅଭିଯୁକ୍ତ ସାହିଲ୍

Published By : Prameya-News7 Bureau | May 30, 2023 IST

ନୂଆଦିଲ୍ଲୀ, ୩୦।୫: ରାଜଧାନୀ ଦିଲ୍ଲୀରେ ନାବାଳିକାଙ୍କୁ ଜଘନ୍ୟ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ସାହିଲ ଖାନକୁ ପୋଲିସ ଗିରଫ କରିଛି । ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରି ଅନେକ ଚାଞ୍ଚଲ୍ୟକର ତଥ୍ୟ ଖୁଲାସା କରିଛି  । ପ୍ରେମ ସମ୍ପର୍କରୁ ନାବାଳିକାକୁ ହତ୍ୟା କରାଯାଇଛି । ଦିଲ୍ଲୀର ଶାହବାଦ ଡେରୀ ଅଞ୍ଚଳରେ ରବିବାର ରାତିରେ ୧୬ ବର୍ଷୀୟ ନାବାଳିକା ସାକ୍ଷୀଙ୍କୁ ନୃଶଂସ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ ।

ପୋଲିସର ସୂଚନା ଅନୁଯାୟୀ, ୨ ଦିନ ତଳେ ସାକ୍ଷୀଙ୍କ ସହ ଅଭିଯୁକ୍ତ ସାହିଲଙ୍କ ଝଗଡ଼ା ହୋଇଥିଲା । ନିଜକୁ ହିନ୍ଦୁ ପରିଚୟ ଦେଇ ସାକ୍ଷୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲା ସାହିଲ୍ । ଏନେଇ ନାବାଳିକା ଜାଣିବା ପରେ ସାହିଲଙ୍କୁ ଦୂରେଇ ଯିବା କହିଥିଲେ । ଅନ୍ୟପଟେ ସାକ୍ଷୀଙ୍କ ହାତରେ ପ୍ରବୀଣ ନାଁର ଟାଟୁ ଦେଖି କ୍ଷୁବ୍ଧ ହୋଇଥିଲା ଅଭିଯୁକ୍ତ । ପରେ ପ୍ରତିଶୋଧ ପରାୟଣ ହୋଇ ସାକ୍ଷୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ।

wp:embed {"url":"https://www.prameyanews7.com/nabalikaku-40-times-churamada-at-delhi/","type":"wp-embed","providerNameSlug":"prameya-news-7"}
https://www.prameyanews7.com/nabalikaku-40-times-churamada-at-delhi/
/wp:embed

ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସାହିଲ୍ ରୁଦ୍ରାକ୍ଷ ମାଳା ପିନ୍ଧିଥିବାର ଫଟୋ ସେୟାର କରିଛି । ନିଜ ଅଞ୍ଚଳରେ ସାହିଲ୍ ନିଜକୁ ସନ୍ନି ବୋଲି ପରିଚୟ ଦେଇଥିବା ସ୍ଥାନୀୟ ଲୋକ କହିଛନ୍ତି । ସାକ୍ଷୀଙ୍କୁ ମଧ୍ୟ ନିଜର ଅସଲ ପରିଚୟ ଲୁଚେଇ ରଖିଥିଲା ଅଭିଯୁକ୍ତ । ସାକ୍ଷୀ ସାମ୍ନାରେ ସାହିଲର ଅସଲି ମୁଖା ଖୋଲିଯିବା ପରେ ତା’ଠାରୁ ସମ୍ପର୍କ ଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଅଭିଯୁକ୍ତକୁ ଉପଯୁକ୍ତ ଦଣ୍ଡ ଦେବାକୁ ପୋଲିସ ସମସ୍ତ ପ୍ରମାଣ ଏକଜୁଟ କରିବାରେ ଲାଗିପଡ଼ିଛି ବୋଲି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର କମିଶନର ଦୀପେନ୍ଦ୍ର ପାଠକ କହିଛନ୍ତି ।

ସାକ୍ଷୀଙ୍କୁ ମାରିବାକୁ ସାହିଲ୍ ପୂର୍ବ ଯୋଜନା ପ୍ରସ୍ତୁତ କରିଥିଲେ । ସାକ୍ଷୀଙ୍କୁ ୪୦ ଥର ଛୁରୀରେ ଭୁସିବା ସହିତ ପଥରରେ ଛେଚି ହତ୍ୟା କରିଛି । ପରେ ରକ୍ତାକ୍ତ ଛୁରୀଟିକୁ ରିଠାଲା ଅଞ୍ଚଳରେ ଫୋପାଡ଼ି ଦେଇଥିବା କହିଛି ।

ରବିବାର ରାତିରେ ସାହିଲ ଜଣେ ବନ୍ଧୁଙ୍କ ସହ କଥାବାର୍ତ୍ତା ହେଉଥିବାର ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ସେହି ସମୟରେ ଏକ ଜନ୍ମଦିନ ଉତ୍ସବକୁ ଯିବା ପାଇଁ ସାକ୍ଷୀ ଏକ ସାର୍ବଜନୀନ ଶୌଚାଳୟକୁ ଯାଇଥିଲେ । ଠିକ୍ ଏତିକିବେଳେ ବାହାରେ ଲୁଚି ଜଗି ବସିଥିଲା ସାହିଲ । ସଙ୍ଗେ ସଙ୍ଗେ ସାକ୍ଷୀ ଉପରେ ଛୁରୀରେ ଆକ୍ରମଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.