ସାହୁ ବ୍ରଦର୍ସଙ୍କ ମଦ ସାମ୍ରାଜ୍ୟ: ୪ ଦିନ ହେଲାଣି ଟଙ୍କା ଗଣି ଗଣି ମଣିଷ-ମେସିନ ହାଲିଆ, କାଲି ସୁଦ୍ଧା ସରିବ ଗଣତି

Published By : Prameya-News7 Bureau | December 09, 2023 IST

ଭୁବନେଶ୍ଵର: ମଦ ବେପାରୀଙ୍କ ଘରେ ଗଚ୍ଛିତ ଟଙ୍କାକୁ ଦେଖିଲେ ବଡ଼ ବଡ଼ ବ୍ୟାଙ୍କର ଷ୍ଟ୍ରଙ୍ଗ୍ ରୁମ୍ ବି ଫିକା ପଡ଼ିଯିବ । ଗଣ୍ଡା ଗଣ୍ଡା ଆଲମିରାରେ ଥାକ ଥାକ ଟଙ୍କା ବିଡ଼ା ସାଇତା ହୋଇ ରହିଥିଲା । ଓଡ଼ିଶା ଭଳି ରାଜ୍ୟରେ କେହି ଏତେ ପରିମାଣର ନଗଦ ଟଙ୍କା ଘରେ ଗଚ୍ଛିତ କରି ରଖିଥିଲେ, ତାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ସେପଟେ ଗଲା ୪ ଦିନ ହେଲା ସାହୁ ବ୍ରଦର୍ସଙ୍କ ମଦ ସାମ୍ରାଜ୍ୟକୁ ଆୟକର ବିଭାଗ ଯେତେ ଖୋଳୁଛି ସେତେ ବାହାରୁଛି ଖାଲି ବିଡ଼ା ବିଡ଼ା ଟଙ୍କା । ଏମିତିକି ୪ ଦିନ ହେଲାଣି ଟଙ୍କା ଗଣି ଗଣି ମଣିଷ ତ ଛାଡ଼ ମେସିନ୍ ବି ହାଲିଆ ହୋଇଗଲାଣି । କାଲି ସୁଦ୍ଧା ସରିବ ଗଣତି। ୧୦୨ ବ୍ୟାଗରୁ ଟଙ୍କା ବାହାର କରି କରାଯାଇଛି ଗଣତି। ବାକି ୭୪ ଚାଲିଛି ବ୍ୟାଗର ଗଣତି ଚାଲିଛି। ରାତି ୮ ଟା ପର୍ଯ୍ୟନ୍ତ ଚାଲିବ ଗଣତି। ତେବେ ୧୦୨ ବ୍ୟାଗରୁ କେତେ ଟଙ୍କା ବାହାରିଛି ତାହା ସ୍ପଷ୍ଟ କରିନାହାନ୍ତି ଏସବିଆଇ ମୁଖ୍ୟ ଶାଖା ଏଜିଏମ।

wp:heading {"level":4}

ଅଧିକ ପଢନ୍ତୁ- ଗିରଫ ହେବେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ! NBW ଜାରି ପାଇଁ କୋର୍ଟଙ୍କ ଅନୁମତି

/wp:heading

ବର୍ଷ ବର୍ଷ ଧରି ଟଙ୍କାର ପାହାଡ଼ ଉପରେ ରାଜ୍ କରୁଥିଲା ସାହୁ ବ୍ରଦର୍ସଙ୍କ ମଦ ସାମ୍ରାଜ୍ୟ । ଆୟକର ବିଭାଗ ଯେଉଁଠି ହାତ ମାରୁଛି ସେଇଠୁ ବାହାରୁଛି ବିଡ଼ା ବିଡ଼ା ଟଙ୍କା । ଏପର୍ଯ୍ୟନ୍ତ ଜବତ ଟଙ୍କାର ପରିମାଣ ୩୦୦କୋଟି ପାର୍ କଲାଣି । ଆଗକୁ ଏହା ୫ଶହ କୋଟି ଛୁଇଁବ ବୋଲି ଚର୍ଚ୍ଚା ହେଉଛି । ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ପରିବାର ପଶ୍ଚିମ ଓଡ଼ିଶାରେ ଚଳାଇଥିବା ମଦ ବ୍ୟବସାୟ ଉପରେ ଲଗାତର ଚତୁର୍ଥ ଦିନରେ ବି ଚଢ଼ାଉ ଜାରି ରଖିଛି ଆୟକର ବିଭାଗ । ବୌଦ୍ଧ, ଟିଟିଲାଗଡ଼, ବଲାଙ୍ଗିର, ସମ୍ବଲପୁର ସୁନ୍ଦରଗଡ଼ ଯୁଆଡ଼େ ଦେଖ, ବାହାରୁଛି ପୁଳା ପୁଳା ଟଙ୍କା । ୪ଦିନ ହେଲାଣି ଟଙ୍କା ଗଣି ଗଣି ମଣିଷ ତ ଛାଡ଼ ମେସିନ୍ ବି ହାଲିଆ ହୋଇଗଲାଣି  ।

{"id":880810,"sizeSlug":"full","linkDestination":"none"}

ଆଜି ଟିଟିଲାଗଡ଼ ଭାଟିରୁ ବାହାରିଥିବା ୧୧କୋଟି ଟଙ୍କା ଗଣା ସରିଥିବା ବେଳେ ବଲାଙ୍ଗିର ସୁତପଡ଼ା ଭାଟିରୁ ବାହାରିଥିବା ଟଙ୍କା ଗଣିବାକୁ ନିୟୋଜିତ ହୋଇଛନ୍ତି ବିଭିନ୍ନ ବ୍ୟାଙ୍କର ୫୦ଜଣ କର୍ମଚାରୀ । ଟଙ୍କା ଗଣିବା ପାଇଁ ୨୫ରୁ ଅଧିକ ମେସିନ୍ ଲାଗିଛି । ହାଇଦ୍ରାବାଦରୁ ଆଇଟିର ସ୍ବତନ୍ତ୍ର ଟିମ୍ ବଲାଙ୍ଗିରରେ ପହଞ୍ଚିଛି ।  ଜବତ ଟଙ୍କାକୁ ସିଲ୍ କରିବା ପାଇଁ ବଡ଼ ବଡ଼ ଟିଣ ବାକ୍ସ ଅଣାଯାଇଛି । ଆଜି ସେକେଣ୍ଡ ସଟର ଡେ ପାଇଁ ବ୍ୟାଙ୍କ ଛୁଟି ଥିଲେ ମଧ୍ୟ ଜବତ ଟଙ୍କା ଜବତ ପାଇଁ କେବଳ ବ୍ୟାଙ୍କ ଖୋଲାଯାଇଛି । ସେପଟେ ସୁଦପଡ଼ା ମଦଭାଟିରେ ଥିବା କିଛି ରୁମ୍ ଲକ୍ ଥିବା ବେଳେ ସେଠାରେ ମଧ୍ୟ କିଛି ଟଙ୍କା ଗଛିତ ଥିବା କଥା ଅନୁମାନ କରୁଛି ଆୟକର ବିଭାଗ ।   ଗତକାଲି ରାତିରେ ବୌଦ୍ଧସ୍ଥିତ BDPL ଫ୍ୟାକ୍ଟ୍ରିରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ଜଣାପଡ଼ିଛି । ଆହୁରି ୭ଦିନ ପର୍ଯ୍ୟନ୍ତ ଏହି ଚଢ଼ାଉ ଜାରି ରହିବ ବୋଲି ଅନୁମାନ କରାଯାଉଛି । 

{"id":880811,"sizeSlug":"full","linkDestination":"none"}

ସେପଟେ ରାଉକେଲାରେ ମଧ୍ୟ ଚାଲିଛି ଆୟକର ରେଡ୍ । ମଦ ବ୍ୟବସାୟୀ କାମେଶ୍ବର ତିଓ୍ବାରିଙ୍କ ସିଭିଲ ଟାଉସିପରେ ଥିବା ଅଫିସ ଓ ଘରେ ଚଢ଼ାଉ ହୋଇଛି । ଏହି ସମୟରେ ଆୟକର ବିଭାଗ ହାତରେ ଅନେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ ଲାଗିଥିବା କୁହାଯାଉଛି । ତେବେ ସେଠାରୁ କେତେ ଟଙ୍କା ମିଳିଛି ସେନେଇ କିଛି ବି ସ୍ପଷ୍ଟ କରିନି ଆଇଟି ଟିମ୍ । ସେହିଭଳି ସୁନ୍ଦରଗଡ଼ରେ ମଦଭାଟି ଓ ଭାଟି ମାଲିକଙ୍କ ଘରେ ଚଢ଼ାଉ ହୋଇଛି । ମଦ ବ୍ୟବସାୟୀ ରାଜକିଶୋର ଜୟଶ୍ବାଲଙ୍କ ରାଣୀ ବଗିଚାସ୍ଥିତ ଘରେ ଓ ଅଫିସରେ ଚଢ଼ଉ କରିଛି ଆୟକର ବିଭାଗ ।  ଚଢ଼ଉର ପ୍ରଥମ ଦିନରେ ସର୍ଗିପାଲିସ୍ଥିତ ମଦ ଭାଟିରୁ ନଗଦ ୯୦ଲକ୍ଷ ଟଙ୍କା ସହ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.