ବଢ଼ିପାରେ SBI ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ, ୧୦ ମାସ ପର୍ଯ୍ୟନ୍ତ ହୋଇପାରେ ବୃଦ୍ଧି

Published By : Prameya-News7 Bureau | August 23, 2023 IST

ନୂଆଦିଲ୍ଲୀ, ୨୩/୦୮: ବଢ଼ିପାରେ ଏସବିଆଇ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ । SBI ଅଧ୍ୟକ୍ଷ ଦିନେଶ ଖାରାଙ୍କ କାର୍ଯ୍ୟକାଳ ଅବଧିକୁ ୨୦୨୪ ଅଗଷ୍ଟ ପର୍ଯ୍ୟନ୍ତ ବଢ଼ାଯାଇପାରେ। ଚଳିତ ବର୍ଷ ଅକ୍ଟୋବରରେ ତାଙ୍କର କାର୍ଯ୍ୟକାଳ ସରୁଛି। ସୂଚନାଥାଉକି, ବର୍ତ୍ତମାନର ନିୟମ ଅନୁଯାୟୀ ଏସବିଆଇ ଚେୟାରମ୍ୟାନ୍‌ଙ୍କୁ ୬୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳ ଦିଆଯାଇଥାଏ। କିନ୍ତୁ ଖାରା ଆସନ୍ତା ବର୍ଷ ଅଗଷ୍ଟ ବେଳକୁ ଏହି ବୟସରେ ପହଞ୍ଚିଯିବେ।

ରିପୋର୍ଟ ଅନୁଯାୟୀ, ଆହୁରି ମଧ୍ୟ ଏସବିଆଇ ପରିଚାଳନା ନିର୍ଦ୍ଦେଶକ ଅଶ୍ବିନୀ କୁମାର ତିଓ୍ବାରୀଙ୍କ କାର୍ଯ୍ୟକାଳ ୨୦୨୪ ଜାନୁଆରୀରେ ସମାପ୍ତ ହେବାକୁ ଯାଉଛି। କିନ୍ତୁ ତାଙ୍କ କାର୍ଯ୍ୟକାଳ ମଧ୍ୟ ଆହୁରି ମଧ୍ୟ ଚାକିରି ଉପରେ ଦୁଇ ବର୍ଷ ବଢ଼ିପାରେ। ତେବେ ଖାରା ଏବଂ ତିଓ୍ବାରୀଙ୍କ କାର୍ଯ୍ୟକାଳ ବୃଦ୍ଧି ଫଳରେ ଏସବିଆଇର ଉତ୍ତରାଧିକାରୀ ଯୋଜନା​‌ ପ୍ରଭାବିତ ହୋଇପାରେ। ବର୍ତ୍ତମାନ ଏମଡି ସି ଏସି ସେଟ୍ଟୀଙ୍କୁ, ଦିନେଶ ଖାରାଙ୍କ ସ୍ଥାନ ମିଳିବା ନେଇ କୁହାଯାଉଥିଲା।

ଆହୁରି ପଢ଼ନ୍ତୁ: ଦେଶର ଅନେକ ସହରରେ SBI ଖୋଲିବ ୩୦୦ ଶାଖା, ଜାଣନ୍ତୁ କ’ଣ ରହିଛି ଯୋଜନା

ଖାରାଙ୍କୁ ତିନି ବର୍ଷ ପାଇଁ ନିଯୁକ୍ତ କରଯାଇଥିଲା। ମହାମାରୀ ସମୟରେ ସେ, ଯୋଗଦେଇ ନିଜ ଦାୟିତ୍ବ ଉଚିତ୍‌ ଭାବରେ ନିଭାଇଥିଲେ। ସେହିଭଳି ନିକଟ ଅତୀତରେ ଓପି ଭଟ୍ଟ ଏବଂ ଅରୁନ୍ଧତି ଭଟ୍ଟାଚାର୍ଯ୍ୟଙ୍କ କାର୍ଯ୍ୟକାଳକୁ ମଧ୍ୟ ଚାରିରୁ ଅଧିକ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା, ଯେତେବେଳେକି ଖାରାଙ୍କ ପୂର୍ବରୁ ରାଜନୀଶ କୁମାରଙ୍କ ଏସବିଆଇ ଅଧ୍ୟକ୍ଷ ଭାବ​‌ରେ କାର୍ଯ୍ୟକାଳ ତିନି ବର୍ଷ ହିଁ ରହିଥିଲା।

ସେପଟେ, ସରକାରୀ ବ୍ୟାଙ୍କ, ବୀମା କମ୍ପାନି ଏବଂ ଆର୍ଥିକ ସଂସ୍ଥାଙ୍କ ପ୍ରମୁଖଙ୍କ ଚୟନ କରୁଥି​ବା ସଂସ୍ଥା ଫାଇନାନ୍ସସିଆଲ ସର୍ଭିସେସ୍‌ ଇନଷ୍ଟିଚ୍ୟୁସନ ବ୍ୟୁରୋ, ଏସବିଆଇ ଏବଂ ଏଲଆଇସି ମୁଖ୍ୟଙ୍କ ଅବସର ବୟସକୁ ବଢ଼ାଇ ୬୫ ବର୍ଷ କରିବା ପ୍ରସ୍ତାବ ଉପରେ ଚର୍ଚ୍ଚା କରୁଛି। ସୂଚନାଯୋଗ୍ୟ, ଏସବିଆଇ ବ୍ୟାଙ୍କ୍‌ ଜୁନ୍‌ ୩୦ରେ ସମାପ୍ତ ହୋଇଛି ଗତ ତ୍ରୈମାସିକ ସମୟରେ ୧୬,୮୮୪ କୋଟି ଟଙ୍କାର ଲାଭ କରିଛି। ଏଥିରେ ବାର୍ଷିକ ଆଧାରରେ ୧୭୮ ପ୍ରତିଶତକୁ ବୃଦ୍ଧି ହୋଇଛି।

ଆହୁରି ପଢ଼ନ୍ତୁ: ମଣିପୁର ହିଂସା ପ୍ରଭାବିତଙ୍କ ପାଇଁ SBIର ଘୋଷଣା, ଲୋନ୍ ଉପରେ ମିଳିବ ରିହାତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.