ଆମେରିକା ରେଟିଂ ହ୍ରାସରେ ବିଶ୍ୱ ଶେୟାର ବଜାରରେ ହା ହା କାର, ୧୦୦୦ ପଏଣ୍ଟ ତଳକୁ ଖସିଲା ଭାରତୀୟ ଶେୟାର ମାର୍କେଟ୍‌

Published By : Prameya-News7 Bureau | August 02, 2023 IST

ୱାଶିଂଟନ: ଆମେରିକାର ରେଟିଂ ହ୍ରାସ ହେବାର ପ୍ରଭାବ ବିଶ୍ୱ ଶେୟାର ବଜାରରେ ଦେଖିବାକୁ ମିଳିଛି। ଏସିଆ ଏବଂ ୟୁରୋପୀୟ ବଜାରରେ ଶେୟାରରେ ଅହେତୁକ ହ୍ରାସ ଯୋଗୁ ଭାରତୀୟ ଷ୍ଟକ୍ ମାର୍କେଟରେ ଶେୟାର ବିକ୍ରି ବଢିଛି।।​ ଗୋଟିଏ ଦିନରେ କାରବାରରେ ସେନ୍‌ସେକ୍ସ ୧୦୦୦ ଏବଂ ନିଫ୍ଟି ୩୦୦ ପଏଣ୍ଟ ହ୍ରାସ ପାଇଛି।

ସେନ୍‌ଲେକ୍ସ ୬୬,୦୦୦ ପଏଣ୍ଟ ତଳକୁ ଖସିଛି। ନିମ୍ନ ସ୍ତରରୁ ବଜାର ପାଖାପାଖି ୪୦୦ ପଏଣ୍ଟ ପୁନରୁଦ୍ଧାର ହେଲା। ଏହା ସତ୍ତ୍ୱେ ବି ବିଏସଇ ସେନସେକ୍ସ ୬୭୬ ପଏଣ୍ଟ ହ୍ରାସ ସହିତ ୬୫,୭୮୨ରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୨୦୭  ପଏଣ୍ଟ ହ୍ରାସ ପାଇ ୧୯,୫୧୪ରେ ବନ୍ଦ ହୋଇଛି।

ସବୁ ସେକ୍ଟରରେ ଶେୟାର ହ୍ରାସ ପାଇଛି। ଏଥିରେ ଗ୍ରାହକଙ୍କ ପ୍ରାୟ ୩.୫୦ ଲକ୍ଷ କୋଟି କ୍ଷତି ହୋଇଛି। ଆଜିର କାରବାରରେ ବ୍ୟାଙ୍କ ନିଫ୍‌ଟି ୧.୨୧ ପ୍ରତିଶତ, ଏନର୍ଜୀ ୧.୬୧ ପ୍ରତିଶତ, ଅଟୋ ୧.୬୪ ପ୍ରତିଶତ, ଆଇଟି ୦.୮୧ ପ୍ରତିଶତ, ଫାର୍ମା ୦.୧୯ ପ୍ରତିଶତ, ମେଟଲ୍ସ(ଧାତୁ) ୨.୦୧ ପ୍ରତିଶତ ହ୍ରାସ ସହିତ ବନ୍ଦ ହୋଇଛି। ନିଫ୍‌ଟିର ମିଡ୍ କ୍ୟାପ୍ ଇଣ୍ଡେକ୍ସ ୧.୨୪ ପ୍ରତିଶତ ଓ ସ୍ମଲ କ୍ୟାପ୍ ୧.୭୩ ପ୍ରତିଶତରେ ବନ୍ଦ ହୋଇଯାଇଛି। ୩୦ ଟି ଶେୟାର୍‌ ମଧ୍ୟରୁ କେବଳ ୪ ଟି ଶେୟାର ଲାଭ ସହିତ ବନ୍ଦ ହୋଇଥିବା ବେଳେ ୨୬ ଟି କ୍ଷତି ସହିଛନ୍ତି। ୫୦ ଟି ନିଫ୍‌ଟି ଷ୍ଟକ୍ ମଧ୍ୟରୁ ୭ ଟି ଲାଭ ସହିତ ବନ୍ଦ ହୋଇଥିବା ବେଳେ ୪୩ ଟି ହ୍ରାସ ପାଇଛି।

ପଢ଼ନ୍ତୁ-ଭାରତରେ ୪୧୦୦ କୋଟି ନିବେଶ କରିପାରେ ଫକ୍ସକନ୍‌, ଏହି ରାଜ୍ୟରେ ତିଆରି ହେବ ଦୁଇ ଫ୍ୟାକ୍ଟ୍ରି

ଆଜିର ଟ୍ରେଡ୍‌ରେ ବଜାରରେ ହ୍ରାସ ଯୋଗୁ ନିବେଶକମାନେ ବହୁ କ୍ଷତି ସହିଛନ୍ତି। ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର ମାର୍କେଟ କ୍ୟାପ୍ ୩୦୩.୨୯ ଲକ୍ଷ କୋଟିରେ ବନ୍ଦ ହୋଇଥିବା ବେଳେ ପୂର୍ବ ପୂର୍ବ ଟ୍ରେଡିଂ ସେସନରେ ବଜାର କ୍ୟାପ୍ ୩୦୬.୮୦ ଲକ୍ଷ କୋଟି ଟଙ୍କା ରହିଛି। ଅର୍ଥାତ ଆଜିର କାରବାରରେ ୩.୫୧ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି।

କ୍ରେଡିଟ୍ ରେଟିଂ ଏଜେନ୍ସି ଫିଚ୍((Fitch) ଆମେରିକାର କ୍ରେଡିଟ୍ ରେଟିଂକୁ ଏଏଏ ରୁ ଖସାଇ ଏଏ + କରିଛି।  ଆସନ୍ତା ତିନି ବର୍ଷ ପାଇଁ ଆମେରିକାର ଆର୍ଥିକ ସ୍ଥିତିର ଅବନତି ଆଶଙ୍କା କରି ରେଟିଂ ଏଜେନ୍ସି ଏହି ଆକଳନ କରିଛି।

ରେଟିଂ ଏଜେନ୍ସି କହିଛି ଯେ ଆର୍ଥିକ ଏବଂ ଋଣ ସମ୍ବନ୍ଧୀୟ ବିଷୟ ସମେତ ଗତ ୨୦ ବର୍ଷ ମଧ୍ୟରେ ଦେଶରେ ଶାସନ ମାନ ହ୍ରାସ ଘଟିଛି। ଫିଚ୍‌ର ଏହି ନିଷ୍ପତ୍ତି ଯୋଗୁ ଏସିଆ ଏବଂ ୟୁରୋପୀୟ ଷ୍ଟକ୍ ମାର୍କେଟରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଏବଂ ଏହାର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ଦେଖିବାକୁ ମିଳିଥିଲା। ଫିଚ୍‌ର ରେଟିଂ ହ୍ରାସ କରିବା ବଜାର ଭାବନା ଉପରେ ପ୍ରଭାବ ପକାଇଛି।

ପଢ଼ନ୍ତୁ-ସେମିକଣ୍ଡକ୍ଟର କ୍ଷେତ୍ରରେ ଚୀନକୁ ପଛରେ ପକାଇବ ଭାରତ, ମନ୍ତ୍ରୀ କହିଲେ-ବଢ଼ିବ ପୁଞ୍ଜି ନିବେଶ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.