ମୁମ୍ୱାଇ ୧୭/୦୭: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିରେ ବିଦ୍ରୋହ ପରେ ରବିବାର ଉପ-ମୁଖ୍ୟମନ୍ତ୍ରୀ ଅଜିତ୍ ପାଓ୍ୱାର୍ ଏବଂ ଏନସିପି କୋର୍ଟ ର ୯ ମନ୍ତ୍ରୀ ଅଚାନକ୍ ଶରଦ୍ ପାଓ୍ୱାରଙ୍କୁ ଭେଟିବାକୁ ପହଞ୍ଚିଥିଲେ । ଏହି ସାକ୍ଷାତକାର ପରେ ଅଜିତ୍ ପାଓ୍ୱାର ସମର୍ଥକ ନେତା ପ୍ରଫୁଲ୍ଲ ପଟେଲ କହିଥିଲେ ଯେ, ସେ ଶରଦ୍ ପାଓ୍ୱାରଙ୍କୁ ଅନୁରୋଧ କରିଛନ୍ତି କି ସେ ପାର୍ଟିକୁ ଯୋଡି ରଖନ୍ତୁ । ସେ ଆହୁରି କହିଥିଲେ ଯେ, ମନ୍ତ୍ରୀମାନେ ପାଓ୍ୱାର ସାର୍ଙ୍କଠାରୁ ଆଶିର୍ବାଦ ବି ନେଇଛନ୍ତି । ଏବେ ଶରଦ ପାଓ୍ୱାର ଏହି ସାକ୍ଷାତକାର ଉପରେ ପ୍ରତିକ୍ରିୟା ଦେଇଛନ୍ତି ।
ବିଜେପି କରୁଛି ବିଜ୍ଞାପନ ରାଜନୀତି:
ଶରଦ୍ ପାଓ୍ୱାର ଏନ୍ସିପିର ଯୁବ କାର୍ଯ୍ୟକର୍ତ୍ତାଙ୍କୁ କହିଥିଲେ ଯେ ସେମାନେ ରାସ୍ତା ଅଲଗା କରିବାାକୁ ନିଷ୍ପତ୍ତି କରିସାରିଲେଣି । କାରଣ ସେ ବିଜେପିକୁ ସମର୍ଥନ କରିପାରିବେ ନାହିଁ । ପାଓ୍ୱାର କହିଥିଲେ ସେ ପ୍ରଗତିଶୀଳ ରାଜନୀତି ଜାରି ରଖିବେ । ଶରଦ ପାଓ୍ୱାର ନାସିକ୍ରେ ଯୁଥ୍ ଓ୍ୱିଙ୍ଗର ଏନସିପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ୱୋଧିତ କରିଥିଲେ ଏବଂ ନିଜର ମତାମତ ସ୍ପଷ୍ଟ କରିଥିଲେ । ଯୁବ କ୍ୟାଡରଙ୍କୁ ସହ କଥା ହୋଇ ଶରଦ୍ ପାଓ୍ୱାର ଏନସିପିର ଆଦର୍ଶକୁ ଦୋହରାଇଥିଲେ । ଆଉ କହିଥିଲେ ଯେ ବିଜେପି ବିଭାଜନକାରୀ ରାଜନୀତି କରୁଛି ଯାହାକୁ ସେ ବିରୋଧ କରୁଛନ୍ତି।
ସମାନତା, ଧର୍ମନିରପେକ୍ଷତା ଏବଂ ଗଣତନ୍ତ୍ରର ନୀତିକୁ ସମର୍ଥନ କରିବା ପାଇଁ ଏନସିପି କ୍ୟାଡର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସେପଟେ ପାୱାର ସୋମବାର ଏନସିପି ବିଧାୟକଙ୍କୁ ଭେଟିବାର ସମ୍ଭାବନା ରହିଛି । ଏହାପୂର୍ବରୁ ଏନସିପିର ମୁଖ୍ୟ ସଚେତକ ଜିତେନ୍ଦ୍ର ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କୁ ପତ୍ର ଲେଖିଥିଲେ । କହିଥିଲେ ସୋମବାର ଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନ ପାଇଁ ଅଜିତ ପାୱାର ଶିବିରର ସଦସ୍ୟ ତଥା ଦଳର ଅନ୍ୟ ଦଳର ବିଧାୟକଙ୍କ ପାଇଁ ପୃଥକ ବସିବାର ବ୍ୟବସ୍ଥା କରାଯାଉ ।
ରବିବାର ଦିନ ବାଚସ୍ପତି ରାହୁଲ ନରଭେକରଙ୍କୁ ଲେଖିଥିବା ଏକ ଚିଠିରେ ଆବ୍ହାଡ କହିଛନ୍ତି ଯେ ଅଜିତ ପାୱାରଙ୍କ ସମେତ ନଅ ଜଣ ବିଧାୟକ ଯେଉଁମାନେ ସରକାରରେ ସାମିଲ ହୋଇଛନ୍ତି, ଯଦି ସେମାନଙ୍କୁ ଛାଡି ଦିଆଯାଏ ତେବେ ରାଷ୍ଟ୍ରବାଦୀ କଂଗ୍ରେସ ବିପକ୍ଷର ଅଂଶ ହେବ । 'ଶପଥ ନେବାକୁ ଥିବା ନଅ ଜଣ ବିଧାୟକଙ୍କ ବ୍ୟତୀତ ଅନ୍ୟମାନଙ୍କ ପାଇଁ ପୃଥକ ବସିବାର ବ୍ୟବସ୍ଥା କରାଯିବା ଉଚିତ୍।
you can also read..
wp:embed {"url":"https://www.prameyanews7.com/days-after-rebellion-ajit-pawar-camp-meets-sharad-pawar-seeks-his-blessings/","type":"wp-embed","providerNameSlug":"prameya-news-7"} /wp:embed