ଭାରତୀୟ ଦଳର ଚାମ୍ପିଅନ୍ସ ଟ୍ରଫି ଜିତିବା ସମ୍ଭାବନା ୩୫% କମିଯିବ, ବୁମରାଙ୍କୁ ନେଇ ଶାସ୍ତ୍ରୀଙ୍କ ବଡ଼ ବୟାନ

Published By : Prameya-News7 Bureau | February 05, 2025 IST

livehindustan

ନୂଆଦିଲ୍ଲୀ: ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ଚାମ୍ପିଅନ୍ସ ଟ୍ରଫି ଖେଳିବେ ନାହିଁ ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏହା ମଧ୍ୟରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ କହିବା କଥା ଯଶପ୍ରୀତ ବୁମରାଙ୍କ ସମ୍ଭାବିତ ଅନୁପସ୍ଥିତି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତୀୟ ଦଳକୁ ବହୁତ ଦୁର୍ବଳ କରିପାରେ। ତଥାପି ସେ ଦଳର ଏହି ମୁଖ୍ୟ ବୋଲରଙ୍କୁ ତରବରିଆ ଭାବେ କ୍ରିକେଟ୍‌କୁ ନ ଫେରିବା ପାଇଁ ପରାମର୍ଶ ଦେଇଛନ୍ତି। 

ଜାନୁଆରୀରେ ସିଡନୀରେ ଖେଳା ଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ମ୍ୟାଚ୍‌ରେ ବୁମରାଙ୍କ ମାଂସପେଶୀ ଟାଣି ଧରିଥିଲା। ଫଳରେ ସେ ଦ୍ଵିତୀୟ ଇନିଂସରେ ବୋଲିଂ କରି ପାରି ନ ଥିଲେ। ତେବେଠୁ ସେ କ୍ରିକେଟ୍ ଖେଳି ନାହାନ୍ତି। ତଥାପି ତାଙ୍କୁ ଚାମ୍ପିଅନ୍ସ ଟ୍ରଫି ପାଇଁ ଘୋଷିତ ଭାରତୀୟ ଦଳରେ ସାମିଲ କରାଯାଇଛି। 

ଶାସ୍ତ୍ରୀ କହିଛନ୍ତି, ବୁମରା ଫିଟ୍ ନ  ହେଲେ ଭାରତ ଚାମ୍ପିଅନ୍ସ ଟ୍ରଫି ଜିତିବାର ସମ୍ଭାବନା ୩୦ରୁ ୩୫ ପ୍ରତିଶତ କମିଯିବ। ବୁମରା ଖେଳିଲେ ଆପଣଙ୍କୁ ଡେଥ ଓଭରରେ ଭଲ ବୋଲିଂର ଗ୍ୟାରେଣ୍ଟି ମିଳିଯିବ। ନଚେତ୍ ସେ ନ ଖେଳିଲେ ଭାରତକୁ ଶକ୍ତ ଧକ୍କା ଲାଗିବ ବୋଲି ଏହି ପୂର୍ବତନ ଭାରତୀୟ ଖେଳାଳି କହିଛନ୍ତି।

ସୂଚନାଯୋଗ୍ୟ, ବୁମରାଙ୍କୁ ୨୦୨୪ ବର୍ଷର ସର୍ବଶ୍ରେଷ୍ଠ  କ୍ରିକେଟର ଅଫ ଦ ଇୟର ଆଓ୍ଵାର୍ଡ ମିଳିଛି। ସେ ୨୦୨୪ରେ ଟେଷ୍ଟରେ ୭୧ ଓ୍ଵିକେଟ୍ ଅକ୍ତିକାର କରିଥିବା ବେଳେ କେବଳ ବର୍ଡର-ଗାଭାସ୍କର ଟ୍ରଫିରୁ ୩୨ ଓ୍ଵିକେଟ୍ ନେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ଟେଷ୍ଟରେ ଆହତ ହେବା ପରେ ବୁମରା ସଂପ୍ରତି ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏଡାକେମୀ(ଏନସିଏ)ରେ ପୁନଃଥଇଥାନ ଦେଇ ଗତି କରୁଛନ୍ତି। ତାଙ୍କୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ସଂପୂର୍ଣ୍ଣ ଭାବେ ବାଦ୍ ଦିଆଯାଇଛି। ଏହା ପୂର୍ବରୁ ତାଙ୍କୁ ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆ ପାଇଁ ଦଳରେ ଚୟନ କରାଯାଇଥିଲା। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.