କଟକରେ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେଲେ ଶିବରାଜ, ଜଗତସିଂହପୁରରେ ବିଜେଡି ଉପରେ ବର୍ଷିଲେ

Published By : Prameya-News7 Bureau | February 13, 2024 IST

କଟକ: କଟକ ଆସି କର୍ମୀଙ୍କୁ ମନ୍ତ୍ର ଦେଲେ। ରୁଦ୍ଧଦ୍ୱାର ବୈଠକ କଲେ, କିନ୍ତୁ ରାଜନୈତିକ ପ୍ରସଙ୍ଗକୁ ନେଇ ଗଣମାଧ୍ୟମ ଆଗରେ କିଛି କହିଲେ ନାହିଁ ମଧ୍ୟ ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ଅବିଭକ୍ତ କଟକ ଜିଲ୍ଲାର ବିଜେପି ସଂଗଠନକୁ ମଜଭୁତ କରାଇବା ଉଦ୍ୟେଶ୍ୟରେ ଆଜି ଶିବରାଜଙ୍କର ଏହି ଗସ୍ତ ଥିଲା। ଶତାଧିକ କର୍ମୀ ଏବଂ ନେତାଙ୍କୁ ପ୍ରାୟ ୧ ଘଣ୍ଟା ଧରି ସମ୍ବୋଧିତ କରିଛନ୍ତି ଶିବରାଜ। ପରେ ସେ କଟକ ଚଣ୍ଡୀ ମନ୍ଦିର ଯାଇ ଦେବୀଙ୍କ ଦର୍ଶନ କରିଛନ୍ତି। କଟକ ସହର ଏବଂ କଟକ ଚଣ୍ଡୀ ମନ୍ଦିର ତାଙ୍କୁ ଖୁବ ଆନନ୍ଦ ଦେଇଛି ବୋଲି କହିଛନ୍ତି ଶିବରାଜ।

wp:heading {"level":4}

Also read- କଟକରେ କିଏ ହେବ ବିଜେଡିର ବିଧାୟକ ପ୍ରାର୍ଥୀ ? ମୋକ୍କିମ କହିଲେ ଲୋକ ସମ୍ପର୍କ ଓ ବିଜୟକୁ ନେଇ ମୁଁ ଆଶ୍ୱସ୍ତ

/wp:heading

ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୈାହାନ ଆଜି ଦିନିକିଆ ଓଡିଶା ଗସ୍ତରେ ଆସି କଟକ ଓ ଜଗତସିଂହପୁରର ବିଜେପି କର୍ମୀ ଓ ନେତାମାନଙ୍କୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ।ଏହି ଅବସରରେ ଶ୍ରୀ ଚୌହାନ ଜଗତସିଂହପୁର ଜିଲ୍ଲାରେ ପହଁଚିବା ପରେ ବିଜେପିର କର୍ମକର୍ତ୍ତା ମାନେ ଗାନ୍ଧୀ ଛକ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ଜଗତସିଂହପୁର ସ୍ଥିତ ବଙ୍ଗଳା ଛକ ଠାରେ ଆୟୋଜିତ କାର୍ଯ୍ୟକର୍ତା ସମ୍ମିଳନୀ ସ୍ଥଳ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।

{"id":908744,"sizeSlug":"full","linkDestination":"none"}

ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମକର୍ତ୍ତା ସମ୍ମିଳନୀରେ ଶ୍ରୀ ଚୌହାନ ଯୋଗ ଦେଇ କହିଥିଲେ ଯେ ଓଡ଼ିଶାରେ ଆଗାମୀ ନିର୍ବାଚନରେ ପଦ୍ମ ଫୁଟିବ।ଓଡ଼ିଶାର ଲୋକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜର ପ୍ରିୟ ଲୋକ ବୋଲି  ଭାବି ସାରିଛନ୍ତି ।ମୋଦି ଜୀ ଙ୍କ ଗରିବ କଲ୍ୟାଣ ଯୋଜନା ଲୋକମାନଙ୍କୁ ବିଜେପି ପ୍ରତି ଆସ୍ଥା ପ୍ରଦାନ କରିଛି । ଓଡ଼ିଶାରେ ନବୀନ ସରକାରରେ ଯେଉଁ ଭଳି ଭାବରେ ଅରାଜକତା ଚାଲିଛି ତାକୁ ପ୍ରତିହତ କରିବାକୁ ହେବ ।ଶିକ୍ଷା, ସ୍ୱାସ୍ଥ୍ୟ ସହିତ ସାଧାରଣ ଲୋକଙ୍କ ମୌଳିକ ସୁବିଧା ସମସ୍ୟାର ସମାଧାନ ହେବାକୁ ହେଲେ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ବିଜେପିକୁ ଆଶ୍ରିବାଦ କରିବାକୁ ହେବ ।ସେଥିପାଇଁ ବୁଥ ସ୍ତରରେ କିପରି ଦଳ ମଜବୁତ ହୋଇପାରିବ ସେ ବାବଦରେ କର୍ମୀମାନେ ସଜାଗ ହେବା ସହିତ ବୁଥକୁ ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ  । ଏହି କାର୍ଯ୍ୟକ୍ରମ ରେ ଦଳର ବହୁ ବାରିଷ୍ଟ ନେତା ଓ କର୍ମକର୍ତା ମାନେ ଯୋଗଦେଇ ଆଗାମୀ ନିର୍ବାଚନରେ ସଫଳତା ହାସଲ ପାଇଁ ଏକତ୍ରିତ ହେବାକୁ ଆହ୍ଵାନ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.